ବର୍ଷର ଶେଷ ଦିନରେ ମନର କଥା କହିଲେ ପ୍ରଧାନମନ୍ତ୍ରୀ ! ନିୟୁ ଇଣ୍ଡିଆ ଗଠନ ପାଇଁ ଯୁବଶକ୍ତି ଉପରେ ଗୁରୁତ୍ୱ

69

କନକ ବ୍ୟୁରୋ: ଚଳିତ ବର୍ଷର ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ କାର୍ୟ୍ୟକ୍ରମ ଜରିଆରେ ୨୦୧୮ ପାଇଁ ଶୁଭକାମନା ଜଣାଇଛନ୍ତି । ଜୀବ ସେବା ହିଁ ଶିବଙ୍କ ସେବା  ଓ ସେବା ଭାବ  ମାନବୀୟ ମୂଲ୍ୟବୋଧର ପରିଚୟ ବୋଲି ମୋଦି କହିଛନ୍ତି । ଜନତା ହିଁ ଏକବିଂଶ ଶତାଦ୍ଦୀର ଭାରତକୁ ଗଠନ କରିବେ । ଯୁବକମାନେ ନିୟୁ ଇଣ୍ଡିଆ ଗଠନ କରିପାରିବେ । ଯୁବକମାନେ ଦେଶର ଶକ୍ତି ଓ ଭବିଷ୍ୟତ । ନୂଆ ଭାରତ ଜାତିବାଦ ଓ ସଂପ୍ରଦାୟବାଦର ମୁକ୍ତ ହେବ ବୋଲି କହିଛନ୍ତି ମୋଦି ।

ଅନ୍ୟପଟେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ବିଜେପୁରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା ଓଡ଼ିଶା ବିଜେପି । ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା ବିଜେପି । ବିଜେପୁର ନିର୍ବାଚନ ମଣ୍ଡଳିର ୨୭୦ ବୁଥରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସାମିଲ ହୋଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓଙ୍କ ସମେତ ସମସ୍ତ ବିଜେପି ବିଧାୟକ ଏହି ବିଜେପୁରରେ ଉପସ୍ଥିତ ଥିଲେ ।

ସେପଟେ ବିଜେପୁର ଉପନର୍ବିାଚନ ଆଗକୁ ଥିବାରୁ ୨୭୦ ବୁଥର ମନ କି ବାତ କାର୍ଯ୍ୟକ୍ରମ ଆୟୋଜନ  ଏକ ସଂଯୋଗ ମାତ୍ର ବୋଲି କହିଛନ୍ତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରତି ମାସର ଶେଷ ରବିବାରରେ ମୋଦିଙ୍କ ମନ କି ବାତ ଶୁଣିବାକୁ ରାଜ୍ୟ ବିଜେପି ନିଷ୍ପତି ହୋଇଛି । ଏନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ମୋଦିଙ୍କ କଥା ଶୁଣିବାକୁ ଲୋକଙ୍କ ଏକାଠି କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେହିପରି ବିଜେପୁରରେ ମୋଦିଙ୍କ ମନ କି ବାତ ପ୍ରସଙ୍ଗକୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ମନ କି ବାତ ବିଜେପୁରକୁ କି ଓଡିଶାକୁ ଛୁଇଁଲାନି । ପ୍ରଧାନମନ୍ତ୍ରୀ ଓଡିଶା ଉପରେ କିଛି ଟିପ୍ପଣୀ ରଖିଲାନି । ବିଜେପୁର ଉପନିର୍ବାଚନ ଉପରେ ଏହାର ପ୍ରଭାବ ପଡିବନି ବୋଲି ପ୍ରତାପ ଦେବ କହିଛନ୍ତି । ବିଜେପି କଥା ବଦଳାଉଛି ଲୋକଙ୍କୁ ମିଛି କହୁଛି ବୋଲି ପ୍ରତାପ ଦେବ କହିଛନ୍ତି ।