ନଥିଲା ଉଚ୍ଚ ଶିକ୍ଷାଗତ ଯୋଗ୍ୟତା, ତଥାପି କମାଲ କଲେ ପଞ୍ଚମ ପାସ୍ କରିଥିବା ବ୍ୟକ୍ତି : ତିଆରି କଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ହେଉଥିବା ଘର

103

ଅନୁଭବର କୌଣସି ବିକଳ୍ପ ନାହିଁ । କିଛି ଲୋକ ଏପରି ଥାଆନ୍ତି ଯେଉଁମାନେ ପାଠ ନପଢ଼ି ମଧ୍ୟ ଅନୁଭବକୁ ପାଥେୟ କରି ବହୁତ କିଛି କରିପାରନ୍ତି । ଏହି କଥାକୁ ସତ କରି ଦେଖାଇଛନ୍ତି ସହୁଲ ହମୀଦ । ଘର ତିଆରି କିରବାର ଯେଉଁ କୌଶଳକୁ ଆପଣାଇବା ପାଇଁ ଇଞ୍ଜିନିୟିରଂ ଛାତ୍ରଛାତ୍ରୀ ବର୍ଷ ବର୍ଷ ବିତାଇ ଦଅନ୍ତି, ଅତି ସହଜରେ ତାକୁ ଶିଖି ନେଇଥିଲେ ପଂଚମ ଶ୍ରେଣୀ ପାସ୍ କରିଥିବା ସହୁଲ । ବିନା କୌଣସି ପ୍ରଶିକ୍ଷଣରେ ସେ ଏହାକୁ ଅକ୍ତିଆର କରିପାରିଛନ୍ତି ।

ଚେନ୍ନେଇର ମେଲାପୁଟୁବକ୍ଦୀ ନିବାସୀ ସହୁଲ୍ ହମିଦ୍ ରୋଜଗାର ପାଇଁ ସାଉଦି ଆରବ ଯାଇଥିଲେ । ଆଉ ସେଠାରେ ସେ ୨୦ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ । ମଜରୁୀ କରୁ କରୁ ସେ ଘର ତିଆରି କରିବାର କଳାକୁ ଅକ୍ତିଆର କରିଥିଲେ । ଆଧୁନିକ ଜ୍ଞାନକୌଶଳରେ କିପରି ଘର ତିଆରି ହୁଏ ସେ ସେଠାରେ ଶିଖିଯାଇଥିଲେ । ତେବେ ଘରକୁ ଫେରି ନିଜର ଏକ ଇଚ୍ଛା ବିଷୟରେ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ।

ସହୁଲ ହମିଦ ଏପରି ଘର ତିଆରି କରିବା ପାଇଁ ଚାହୁଁଥିଲେ ଯାହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇହେବ । ଏପରି ଘର ବିଷୟରେ ଶୁଣି ଘରଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରିବାର ଲୋକ ତାଙ୍କର ଏହି କଥାକୁ ହସରେ ଉଡ଼ାଇଦେଇଥିଲେ । କିନ୍ତୁ ସହୁଲ ହାର ମାନି ନଥିଲେ । ନିଜ ଉପରେ ଭରସା ରଖିଥିଲେ । ଆଉ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏପରି ଘର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଏଥିପାଇଁ ସହୁଲ ହମିଦ ରାଫ୍ଟ ଫିଟିଂ କୌଶଳ ଆପଣାଇଥିଲେ । ସେ ସେ ୩୦ ସେଣ୍ଟିମଟର ମୋଟେଇ ଓ ୧୦୮୦ ସ୍କ୍ୱାୟାର୍ ଫୁଟ ସ୍ଲାବରେ ଘର ମୂଳଦୂଆ ପକାଇଥିଲେ । ସ୍ଲାବ ତଳେ ଲୁହାର ରୋଲର ରଖିଥିଲେ । ଯାହା ସାହାଯ୍ୟରେ ଘରକୁ ମୋଡ଼ାଯାଇପାରିବ । ସେ ତିଆରି କରିଥିବା ଘରର ଗ୍ରାଉଣ୍ଡ ପେଫ୍ଲାରରେ ୩ଟି ବେଡ଼ରୁମ ଓ ଏବଂ ଫାଷ୍ଟ ଫ୍ଲୋରରେ ଦୁଇଟି ବେଡ଼ରୁମ ତିଆରି କରିଥିଲେ ।

ଏହି ଘର ତିଆରି ହେବାର ୮ ବର୍ଷ ହୋଇଯାଇଛି । ଆଉ ଏବେ ବି ମଜଭୁତ ଭାବରେ ଛିଡ଼ା ହୋଇଛି ସହୁଲଙ୍କ ନିର୍ମିତ ଘର । ବିଶେଶଜ୍ଞଙ୍କ ଅନୁସାରେ ଏହି ଜ୍ଞାନକୌଶଳରେ ନିର୍ମତ ଘର ଭୁମିକମ୍ପ ନିରୋଧୀ ମଧ୍ୟ ହୋଇଥାଏ । ତେବେ ବର୍ତ୍ତମାନ ବିଭିନ୍ନ ଆଡ଼ୁ ଛାତ୍ରଛାତ୍ରୀ ତଥା ଇଞ୍ଜିନିୟରମାନେ ଏପରି ଘର ତିଆରି କରିବାର ଟିପ୍ସ ନେବା ପାଇଁ ଆସୁଛନ୍ତି ।