କଟକ ବଡ ମେଡିକାଲରେ ଚିକିତ୍ସା ଅବହେଳା ନେଇ ଅଭିଯୋଗ ଆଣିଲେ ଏଭରେଷ୍ଟ ଆରୋହି କଳ୍ପନା ! କହିଲେ, ଠିକ୍ ଭାବରେ ଚିକିତ୍ସା କରୁନାହାନ୍ତି ଡାକ୍ତର

43

କନକ ବ୍ୟୁରୋ : ପର୍ବତ ଆରୋହୀ କଳ୍ପନା ଦାସ ଆଣିଲେ କଟକ ବଡମେଡିକାଲ ବିରୋଧରେ ଅଭିଯୋଗ । କଳ୍ପନା ଦାସ ଏସସିବିରେ ଭର୍ତି ହୋଇଥିବା ବେଳେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ ଆଣିଛନ୍ତି । ଡାକ୍ତର ଭଲ ଭାବେ ଚିକିତ୍ସା କରୁନଥିବା ବେଳେ ଘରୋଇ କ୍ଲିନିକରେ ଅଲଟ୍ରା ସାଉଣ୍ଡ କରିବା ପାଇଁ ବାଧ୍ୟ କରାଯାଉଥିବା କହିଛନ୍ତି କଳ୍ପନା । ଅପରେସନ ହେଲେ କ୍ୟାରିୟର ପ୍ରତି ସଂକଟ ଥିବା ବେଳେ ତରବରିଆ ଭାବେ ଅପରେସନ କରିବାକୁ ବାଧ୍ୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଏପରିକି ରିସ୍କ ବଣ୍ଡରେ ଦସ୍ତଖତ କରିବାକୁ ତାଙ୍କୁ ନାଲିଆଖି ଦେଖାଯାଉଥିବା ସେ କହିଛନ୍ତି । ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ପୁରୀ ମେଡିକାଲରେ ଭର୍ତି କରିଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ଗତକାଲି ତାଙ୍କୁ ଏସସିବିର ସର୍ଜରି ୱାଡରେ ଭର୍ତି କରାଯାଇଛି । ୨୦୦୮ ମେ ୨୧ରେ ସେ ଏଭରେଷ୍ଟ ଚଢି ଇତିହାସ ରଚି ଥିଲେ । ଏବେ କଟକ ବଡମେଡିକାଲ ବିରୋଧରେ ତାଙ୍କର ଅଭିଯୋଗ ଚର୍ଚ୍ଚାକୁ ଆସିଛି ।