ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ମୌନି ରାୟ ଜଣେ । ସେ ନିଜର ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । କେବଳ ମେଗା ଧାରାବାହିକରେ ନୁହେଁ ବରଂ ରିୟାଲିଟି ଶୋରେ ମଧ୍ୟ ସେ ନିଜର ଜଲୱା ଦେଖାଇ ସାରିଛନ୍ତି । ଆଉ କେବେ କେବେ ସେ ବିଗବସ୍ ଏଣ୍ଡରେ ସଲମାନଙ୍କ ସହିତ ନଜର ଆସିଛନ୍ତି । ଯେଉଁଥି ପାଇଁ ଦର୍ଶକ ତାଙ୍କୁ ଏବଂ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରନ୍ତି ।

ମୌନି ‘କ୍ୟୋଁ କି ଶାଶ୍ ଭି କଭି ବହୁ ଥି’, ‘ଦେବୋ କେ ଦେବ ମହାଦେବ’ ଏବଂ ‘ନାଗିନ’ ଆଦି ମେଗା ଧାରାବାହିକରେ ଅଭିନୟ କରି ସାରିଛନ୍ତି । ବିଶେଷ କରି ‘ନାଗିନ’ ସିରିଅଲ ତାଙ୍କ ଗ୍ଲାମରସ୍ କ୍ୟାରିଅର ପାଇଁ ସଫଳତାର ଦ୍ୱାର ଖୋଲିଥିଲା, ଯାହାଦ୍ୱାରା ସେ ଖୁବ ପରିଚିତ ହୋଇପାରିଥିଲେ ।

କତା କପୁରଙ୍କ ନାଗିନ -୧ ଏବଂ ନାଗିନ- ୨ରେ ମୌନିଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ନାଗିନ-୩ରେ ମଧ୍ୟ ଏକତା କପୁର ମୌନିଙ୍କୁ ନେବାପାଇଁ ଚାହୁଁଥିଲେ, କିନ୍ତୁ ମୌନି ଏଥିପାଇଁ ମନା କରିଦେଇଥିଲେ । ନାଗିନ-୩ରେ ଟେଲିକାଷ୍ଟ ପାଇଁ ନୂଆ ଅଭିନେତ୍ରୀ ଖୋଜା ଚାଳିଥିଲା । କିନ୍ତୁ ଏବେ ଏକତା କପୁର ତାଙ୍କ ଇଂଷ୍ଟାଗ୍ରାମ ଆକାଂଉଟରେ ମୌନିଙ୍କ ଏକ ପୁରୁଣା ଫଟୋକୁ ପୋଷ୍ଟ କରି ନୂଆ ନାଗିନ ବିଷୟରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ନାଗିନ-୩ରୁ ମୌନି ରାୟ ଏବଂ ଅଦା ଖାନ ବାହାର ହୋଇଯାଇଛନ୍ତି । ଆଗାମୀ ଦିନରେ ସିରିଅଲରେ ଦୁଇ ନୂଆ ଚେହେରା ଦେଖିବାକୁ ମିଳିବ ।

ମୌନି ରାୟ ଏବେ ନିଜର ଫିଲ୍ମ କ୍ୟାରିଅରକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ସେ ଆଗାମୀ ଦିନରେ ବଲିଉଡରେ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ଗୋଲଡରେ ନଜର ଆସିବେ । ଏହା ବ୍ୟତୀତ ସେ ସଲମାନଙ୍କ ସହିତ କାମ କରିବେ ବୋଲି ମଧ୍ୟ ସୂଚନା ମିଳିଛି ।