ଟ୍ରେନ୍ ଦେଖିବ ପାହାଡି ଇଲାକା ! ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ କଲା ରେଳ ମନ୍ତ୍ରାଳୟ

0

କନକ ବ୍ୟୁରୋ : ଓଡିଶାର ପାହାଡି ଇଲାକାରେ ଗଡିବ ଟ୍ରେନ୍ । ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ମଧ୍ୟରେ ଟ୍ରେନ୍ ଚଳାଚଳ ହେବ । ଆଜି ଏନେଇ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ୨ହଜାର ୪୫୬ କୋଟି ବ୍ୟୟ ଅଟକଳ ରହିଛି ।

ଜୟପୁର-ମାଲକାନଗିରି ମଧ୍ୟରେ ମୋଟ ୧୩୦ କିଲୋମିଟର ରେଳ ଲାଇନ୍ ବିଛାଯିବ । ଏହାମଧ୍ୟରେ ୧୨ ଟି ଷ୍ଟେସନ ରହିବ । ଏହି ପାହାଡିଆ ଅଂଚଳ ମଧ୍ୟରେ ୯୮ ଟି ସେତୁ ଏବଂ ୪ ଟି ଟନେଲ୍ ନିର୍ମାଣ କରାଯିବ। ସେହିପରି ଜୟପୁର-ନବରଙ୍ଗପୁର ଉପାନ୍ତ ଅଂଚଳରେ ବି ଗଡିବ ଟ୍ରେନ୍ । ଏହି ପ୍ରକଳ୍ପ ପାଇଁ ୩୮ କିଲୋମିଟର ରେଳ ଲାଇନର ଯୋଜନା ରହିଛି । ଏହାମଧ୍ୟରେ ୫ ଟି ଷ୍ଟେସନ ତିଆରି ହେବ। ସ୍ଥାନ ପାଇବ ୬୦ ଟି ସେତୁ। ଏଥିପାଇଁ ୭୪୬ କୋଟି ଟଂକାର ବଜେଟ୍ ଆକଳନ କରାଯାଇଛି।

ଦିଲ୍ଲୀ ରେଳ ଭବନରେ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ରାଜ୍ୟ ପରିବହନ ମନ୍ତ୍ରୀ ରମେଶ ମାଝି, କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.