ମାତ୍ର ୧୫ ମିନିଟ୍ ଚାର୍ଜ ହେଲେ ୬ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏହି ସ୍ମାର୍ଟଫୋନ ! ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏଭଳି ମୋବାଇଲ ଏବଂ କଣ ରହିଛି ଫିଚର୍ସ ।

55

ମୋଟୋରୋଲା ଭାରତରେ ନିଜର ନୂଆ ସ୍ମାର୍ଟଫୋନ ମୋଟୋରୋଲା ୱାନ୍ ପାୱାର ଲଞ୍ଚ କରିଛି । ମୋଟୋରୋଲା ୱାନ ପାୱାର ଭାରତରେ ଲଞ୍ଚ ହୋଇଥିବା କମ୍ପାନୀର ପ୍ରଥମ ଆଣ୍ଡ୍ରଏଡ୍ ୱାନ ସ୍ମାର୍ଟପୋନ ଅଟେ । ମୋଟୋରୋଲାର ଏହି ସ୍ମାର୍ଟଫୋନରେ ୫,୦୦୦ ଏମଏଏଚର ଦମଦାର ବ୍ୟାଟେରୀ ରହିଛି । ମୋଟୋରୋଲା ୱାନ ପାୱାରର ମୂଲ୍ୟ ୧୫ ହଜାର ୯୯୯ ଟଙ୍କା ରହିଛି । ମୋଟୋରୋଲାର ଏହି ଫୋନ ବର୍ବୋ ଚାର୍ଜିଙ୍ଗ ଫିଚର ସହ ଲଞ୍ଚ ହୋଇଛି । କମ୍ପାନୀର କହିବା କଥା, ମାତ୍ର ୧୫ ମିନିଟ୍ ଚାର୍ଜ କରିବା ପରେ ଏହି ଫୋନର ବ୍ୟାଟେରୀ ୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ ।

ତେବେ ସେପ୍ଟେମ୍ବର ୨୪ ତାରିଖ ୨୦୧୮ ଠାରୁ ଏହି ସ୍ମାର୍ଟଫୋନର ପ୍ରି-ବୁକିଂ ଆରମ୍ଭ ହୋଇଗଲାଣି । କିନ୍ତୁ ଏହି ମୋବାଇଲର ବିକ୍ରି ଆସନ୍ତା ଅକ୍ଟୋବର ମାସ ୫ ତାରିଖରୁ ଆରମ୍ଭ ହେବ । ମୋଟୋରୋଲା ୱାନ୍ ପାୱାର ଅନଲାଇନ୍ ସେଲ୍ସ ପାଇଁ ଫିଲ୍ପକାର୍ଟ ଏକ୍ସକ୍ଲୁସିଭ୍ ରହିବ । ଏହି ସ୍ମାର୍ଟଫୋନ ଅଫଲାଇନ୍ ମୋଟୋ ହବ୍ସ ଜରିଆରେ ବିକ୍ରି କରାଯିବ । ତେବେ ଆସନ୍ତୁ ଜାଣିବା ଏହି ଫୋନରେ କଣ ରହିଛି ଫିଚର ।

ମୋଟୋରୋଲା ୱାନ୍ ପାୱାର କ୍ୱାଲକାମ୍ ସ୍ନାପଡ୍ରାଗନ୍ ପ୍ରୋସେସର ଅଟେ । ମୋଟୋରୋଲାର ଏହି ସ୍ମାର୍ଟଫୋନରେ ଡେଡିକେଟେଡ୍ ମାଇକ୍ରୋ ଏସଡି କାର୍ଡ ମଧ୍ୟ ଦିଆଯାଇଛି । ଏହି ମୋବାଇଲରେ ରିୟର ଡୁଆଲ୍ କ୍ୟାମେରା ସେଟ୍ ଅପ୍ ରହିଛି । ରିୟରରେ ୧୬ ମେଗାପିକ୍ସେଲ୍ ଏବଂ ୫ ମେଗାପିକ୍ସେଲ କ୍ୟାମେରା ଲଗାଯାଇଛି । ସେହିପରି ସେଲଫି ପାଇଁ ଏହି ସ୍ମାର୍ଟଫୋନରେ ୧୨ ମେଗାପିକ୍ସେଲ କ୍ୟାମେରା ଲଗାଯାଇଛି । ଏହି ସ୍ମାର୍ଟଫୋନ ୬.୨ ଇଞ୍ଚ ବିଶିଷ୍ଟ ଡିସପ୍ଲେ ଅଟେ । ଏଥିରେ ରିୟର ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ଦିଆଯାଇଛି । ତେବେ କମ୍ପାନୀର କହିବା ଅନୁଯାୟୀ, ଏହି ସ୍ମାର୍ଟଫୋନକୁ ଫୁଲ ଚାର୍ଜ କରିବା ପରେ ଏହାର ବ୍ୟାଟେରୀ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ସ୍ମାର୍ଟଫୋନରେ ୪ ଜିବି ରାମ୍ ଏବଂ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ରହିଛି । ଏବଂ ମାଇକ୍ରୋ ଏସଡି କାର୍ଡ ଜରିଆରେ ଏହାର ଷ୍ଟୋରେଜକୁ ୨୫୬ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ ।