ଏବେ ମୋବାଇଲର ସ୍କ୍ରିନ୍ ଭାଙ୍ଗିଗଲେ ଆପେ ଆପେ ହୋଇଯିବ ମରାମତି ! ମୋଟୋରୋଲା ଆଣୁଛି ନୂଆ ସ୍ମାର୍ଟଫୋନ୍

81

ନିଜ ସ୍ମାର୍ଟଫୋନର ସ୍କ୍ରିନକୁ ନେଇ ସମସ୍ତେ ସମ୍ବେଦନଶୀଳ । କାଳେ ପଡି ଭାଙ୍ଗଯିବ , ସେଥିପାଇଁ ଖୁବ୍ ସତର୍କତା ଅବଲମ୍ବନ କରିଥାନ୍ତି ସମସ୍ତେ । ହେଲେ ଏବେ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ । କାରଣ ଆପଣଙ୍କ ହାତକୁ ଆସିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ୍ । ଲୋକପ୍ରିୟ ମୋବାଇଲ୍ ଫୋନ୍ କମ୍ପାନୀ ମୋଟୋରୋଲା ଆସିଛି ଏକ ନୂଆ ଟେକ୍ନୋଲୋଜି ସହ । ଏହି ଫୋନ୍ ପଡି ଯଦି ସ୍କ୍ରିନ୍ ଭାଙ୍ଗି ଯାଏ ତେବେ ଆପେ ଆପେ ଯୋଡି ହୋଇଯିବ । ଆଉ ଯଦି ଏହି ଟେକ୍ନୋଲୋଜି ସଫଳ ରୂପେ କାମ କରେ ତେବେ ମୋବାଇଲ୍ ଦୁନିଆରେ ଇତିହାସ ରଚିବ ମୋଟୋରୋଲା ।

ସୂଚନା ଅନୁସାରେ, ଏହି ସ୍କିନ୍ ଏକ ଖାସ୍ ପ୍ଲାଷ୍ଟିକରେ ତିଆରି ଯାହାର ନାଁ ହେଉଛି ସେପ୍ ମେମୋରୀ ପଲିମର୍ । ଏହା ଜରିଆରେ ଗରମ କରି ସ୍କ୍ରିନକୁ ମରାମତି କରିହେବ । ମୋଟୋରୋଲା କର୍ତ୍ତୃପକ୍ଷ କହିବା ଅନୁଯାୟୀ, ଏକ ଆପ୍ ଜରିଆରେ ୟୁଜର୍ ମୋବାଇଲର ଭାଙ୍ଗି ଯାଇଥିବା ଅଂଶକୁ ମାର୍କ କରି ପାରିବେ । ପରେ ଉକ୍ତ ହ୍ୟାଣ୍ଡସେଟ୍ ସେହି ଅଂଶକୁ ନିଜ ପାୱାରରେ ଗରମ କରିବ । ଏହାପରେ ଫୋନକୁ ହିଲିଙ୍ଗ୍ ଡକରେ ସାରାରାତି ରଖିବାକୁ ପଡିବ କିମ୍ବା କୌଣସି ଲୌହ ମାଟେରିଆଲ୍ ନିକଟରେ ଫୋନକୁ ରଖିବାକୁ ପଡିବ । ଏହି ହିଲିଙ୍ଗ୍ ପ୍ରକ୍ରିୟା ଛୋଟ ଛୋଟ ସ୍କ୍ରାଚକୁ ମରାମତି କରିଦେବ ।

ତେବେ ଏହି ପ୍ରକ୍ରିୟାରେ ସମସ୍ତ ପ୍ରକାର ଡ୍ୟାମେଜ୍ ଠିକ୍ ହୋଇପାରିବ ନାହିଁ । କିନ୍ତୁ ଛୋଟ ବା ହାଲକା ସ୍କ୍ରାଚ୍ ହୋଇଥିଲେ ତାହା ସଜାଡି ହୋଇଯିବ । ତେବେ କେବେ ଠାରୁ ବଜାରରେ ଏହା ଉପଲବ୍ଧ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ସୌଜନ୍ୟ : ନବଭାରତ ଟାଇମ୍ସ