ଏଠି ମାତ୍ର ୧୦ଟଙ୍କାରେ ଭଡାରେ ମିଳେ ହେଲମେଟ୍, ସୁରକ୍ଷା ସହିତ ଜରିମାନା ମଧ୍ୟ ଦେବାକୁ ପଡେନି

70

ସଡକ ଦୁର୍ଘଟଣାରେ ହେଲମେଟ୍ ପିନ୍ଧୁନଥିବା ଚାଳକ ନିଜର ଜୀବନ ହରାଇ ଦିଅନ୍ତି । ଟ୍ରାଫିକ୍ ପୁଲିସ ବିଭାଗ ଦୁଇ ଚକିଆ ବାହନ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ଅନିର୍ବାର୍ଯ୍ୟ କରାଯାଇଛି । ଆଇନଗତ ଭାବେ ବିନା ହେଲମେଟରେ ଗାଡି ଚଳାଇଲେ ଆପଣଙ୍କୁ ଜରିମାନା ଭରିବାକୁ ପଡିବ । କିଛି ଲୋକମାନେ ଏହାକୁ ଜରିମାନାରୁ ବଂଚିବା ପାଇଁ ଓ ସୁରକ୍ଷା ଦୃଷ୍ଟିରୁ ଏକ ଅଭିନବ ଉପାୟ ବାହାର କରିଛନ୍ତି ।

ପୁଣେର ପିମ୍ପରି-ଚିଂଚୱାଡାରେ କିଛି ଅଲଗା ଦେଖିବାକୁ ମିଳିଛି। ପୁନେ ନିକଟରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ନିୟମ ଲାଗୁ ହୋଇ ନାହିଁ। ଏଠାରେ ବସବାସ କରୁଥିବା ଜଣେ ବାସିନ୍ଦା ଏହି ସମସ୍ୟାର ଏକ ଭିନ୍ନ ସମାଧାନ ବାହାର କରିଛନ୍ତି। ଯେଉଁମାନଙ୍କ ପାଖରେ ହେଲମେଟ ନଥାଏ ଓ କ୍ୱଚିତ୍ ପୁଣେ ଯିବାକୁ ପଡ଼ିଥାଏ ସେମାନେ ନିଜ ସୁରକ୍ଷାକୁ ଦୃଷ୍ଟି ନଦେଇ ଥରେ କିମ୍ବା ଦୁଇ ଥର ଯିବା ଆସିବା ପାଇଁ ହେଲମେଟ୍ କିଣିବା ଜରୁରୀ ଭାବି ନଥାଆନ୍ତି। ଏଠାକାର ବାସିନ୍ଦାଙ୍କୁ ଯଦି ପୁଣେ ସହରକୁ ଦୁଇଚକିଆ ଯାନରେ ଯିବାର ଥାଏ ଓ ସେମାନଙ୍କୁ ହେଲମେଟ ପିନ୍ଧିବା ଜରୁରୀ ହୋଇଥାଏ ତେବେ ସେମାନଙ୍କ ପାଇଁ ଏକ ଅଭିନବ ବ୍ୟବସ୍ଥା ରହିଛି।

ତେବେ ଏହି ସବୁ ଅସୁବିଧାକୁ ଦୃଷ୍ଟିରେ ରଖି ପିମ୍ପରିରୁ ପୁଣେ ଯିବା ରାସ୍ତାରେ ଏମିତି କିଛି ଦୋକାନ ମିଳିବ, ଯେଉଁଠାରୁ ଆପଣ ଗୋଟିଏ ଦିନ କିମ୍ବା କିଛି ଘଣ୍ଟା ପାଇଁ ହେଲମେଟ ଭଡାରେ ନେଇ ପାରିବେ। ଦାପୋଡ଼ିରେ ରାହୁଲ ରାଜ ଟୁର୍ସ ଆଣ୍ଡ ଟ୍ରାଭେଲ୍ସର ମାଲିକ ରାହୁଲ ଅନଘୋଲକର ଏହି ସୁବିଧା ଉପଲବ୍ଧ କରାଇଛନ୍ତି। ସେ ବିଭନ୍ନ ପ୍ରକାର ଅନେକ ଗୁଡ଼ିଏ ହେଲମେଟ କିଣି ନିଜ ଦୋକାନ ବାହାରେ ଥାକରେ ରଖିଛନ୍ତି। ଏଠାରୁ ଦୁଇଚକିଆ ଚାଳକ ନିଜ ପସନ୍ଦ ମୁତାବକ ହେଲମେଟକୁ ଭଡାରେ ନେଇ ପାରିବେ। ପ୍ରତିଦିନ ୬୦ରୁ ଊର୍ଧ୍ୱ ଲୋକେ ରାହୁଲଙ୍କ ଠାରୁ ହେଲମେଟ ଭଡାରେ ନେଇ ଥାଆନ୍ତି।