ଗୁଜବ୍ ଜାଲରେ ଦିଲ୍ଲୀର କ୍ୟାବ୍ ଡ୍ରାଇଭର୍ ! ଚାଲାଣରୁ ବଂଚିବା ପାଇଁ ଗାଡିରେ ଧରି ବୁଲୁଛନ୍ତି ନିରୋଧ , ପୋଲିସ୍ କହିଲା ନିୟମ ।

500

ଦିଲ୍ଲୀରେ ଆଜିକାଲି କ୍ୟାବ୍ ଡ୍ରାଇଭର୍ ମାନେ ଗାଡିରେ ନିରୋଧ ରଖି ବୁଲୁଛନ୍ତି । ଏହାକୁ ନେଇ ଏହି ଡ୍ରାଇଭର୍ ମାନେ କୁହନ୍ତି ଯେ ପାଖରେ ନିରୋଧ ନ ରଖିଲେ ଦିଲ୍ଲୀ ପୋଲିସ୍ ତାଙ୍କ ଚାଲାଣ କାଟିଦେବ । ତେବେ ଆଗରୁ ସିଟ୍ ବେଲ୍ଟ ନ ପିନ୍ଧିଲେ କିମ୍ବା ଗାଡିର ଉପଯୁକ୍ତ କାଗଜପତ୍ର ନଥିଲେ ଚାଲାଣ୍ କଟିଥିବା କଥା ଜାଣିଛୁ କିନ୍ତୁ ଏବେ ଏହି ନୂଆ ନିୟମ କେବେଠାରୁ ଲାଗୁ ହେଲାଣି ସେ ବିଷୟରେ ତ ଆମେ ଜାଣିନାହୁଁ । ତେବେ ଆସନ୍ତୁ ଏ ପୁରା ମାମଲା କ’ଣ ଜାଣିବା ।

ଦିଲ୍ଲୀର ବିଶେଷ ପୁଲିସ୍ ତାଜ୍ ହସନ୍ ଙ୍କ କହିବାନୁସାରେ ନୂଆ ମୋଟର୍ ଯାନ ଆକ୍ଟରେ ନିରୋଧକୁ ନେଇ କୌଣସି କଥା କୁହାଯାଇନାହିଁ । ତାଙ୍କ କହିବାନୁସାରେ ଗାଡିରେ ଫାଷ୍ଟ୍ ଏଡ୍ ବାକ୍ସରେ କଣ୍ଡୋମ୍ ନ ରଖିଲେ କୌଣସି ଚାଲାଣ୍ କଟେ ନାହିଁ । ଦିଲ୍ଲୀ କ୍ୟାବ୍ ଡ୍ରାଇଭର୍ ଙ୍କ କହିବାନୁସାରେ ସେମାନେ ଫାଷ୍ଟ୍ ଏଡ୍ ବାକ୍ସରେ ଔଷଧ ଛଡା ନିରୋଧ ମଧ୍ୟ ରଖିଥାନ୍ତି । ବାକ୍ସରେ କଣ୍ଡୋମ୍ ନ ରଖିଲେ ଦିଲ୍ଲୀ ପୋଲିସ୍ ତାଙ୍କ ଚାଲାଣ୍ କାଟୁଛି । ସେମାନେ ଏ ବିଷୟରେ ପୋଲିସକୁ ଡରି କେବେ ପଚାରିନାହାନ୍ତି କିନ୍ତୁ ନିରୋଧ ନଥିଲେ ଜରିମାନା ଦେବାକୁ ପଡୁଛି ।

 

କ୍ୟାବ୍ ଡ୍ରାଇଭର୍ ଙ୍କ କହିବା ମୁତାବକ , କେବଳ ସୁରକ୍ଷିତ ଯୌନ ସଂପର୍କ ପାଇଁ ନୁହେଁ କାର୍ ପ୍ରେଶର୍ ପାଇପ୍ ଫାଟିଗଲେ କଣ୍ଡୋମ୍ କିଛି ସମୟ ପାଇଁ ରିସାବ୍ କୁ ରୋକିବାରେ ସାହାଯ୍ୟ କରିଥାଏ । ବର୍ଷା ହେଲେ ଜୋତା କଭର୍ କରିଥାଏ । କୌଣସି ସ୍ଥାନରେ କ୍ଷତ ହେଲେ ମଧ୍ୟ ଉକ୍ତ ସ୍ଥାନକୁ ଘୋଡାଇବାରେ ସାହାଯ୍ୟ କରିଥାଏ । ନିରୋଧର ବ୍ୟବହାର ଅନେକ ପ୍ରକ୍ରିୟାରେ ହୋଇପାରିବ କିନ୍ତୁ ଆଜି ବି ଲୋକମାନେ ନିରୋଧ ନାଁ କହିଲେ ଲାଜ କରୁଛନ୍ତି କିମ୍ବା ହସି ମୁହଁ ଲୁଚାଉଛନ୍ତି । ଆଉ ପୋଲିସ୍ ବାବୁ ଆମ କଥା ଶୁଣିଲେ ହସି ହସି ବେଦମ୍ ହେଉଛନ୍ତି ।