ସାବେରୀ ନଦୀରେ ପୋଲ ପାଇଁ ଅପେକ୍ଷା କରି କରି ବିତିଲା ବର୍ଷ : ବର୍ଷା ଦିନକୁ ଆଖିରେ ରଖି ବିକଳ୍ପ ବ୍ୟବସ୍ଥା ଗ୍ରହଣ କଲା ଜିଲ୍ଲା ପ୍ରଶାସନ

24

କନକ ବ୍ୟୁରୋ : ଦୀର୍ଘ ବର୍ଷ ଧରି ନିର୍ମାଣ ହୋଇପାରିଲାନାହିଁ ପୋଲ । ଶେଷରେ ବିକଳ୍ପ ପନ୍ଥା ଆପଣାଇଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲାର ଶେଷ ସିମାନ୍ତ ମୋଟୁ ଠାରେ ସାବେରୀ ନଇ ଉପରେ ରୋଲ ଇନ ରୋଲ ଆଉଟ ସେବାର ଶୁଭାରମ୍ଭ କଲା ଜିଲ୍ଲା ପ୍ରଶାସନ । ଏକାକାଳୀନ ୨ ଟି ୪ ଚକିଆ ଯାନ ସମେତ ଯାତ୍ରୀ ପରିବହନ କରିବ ଏକ ବିରାଟ ମୋଟର ଲଂଚ ।

ଦୀର୍ଘ ୭ ଦଶକ ପରେ ମଧ୍ୟ ପୋଲ ନିର୍ମାଣ ହୋଇପାରିନାହିଁ । ମାଲକାନଗିରି ସହ ପଡୋଶୀ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ସହ ଯୋଗାଯୋଗ ଲାଗି ସାବେରୀ ନଇ ଉପରେ ନିର୍ମାଣ ହେବ ପୋଲ । କିନ୍ତୁ ଏବେବି ଅଧାରେ ଝୁଲି ରହିଛି ଭିଜାୱାଡ଼ା ରାଂଚି କରିଡର । ତେବେ ପ୍ରଶ୍ନ ଉଠୁଛି କେବେ ସମ୍ପନ୍ନ ହେବ ପୋଲ ନିର୍ମାଣ କାମ ଏବଂ କେବେ ଶେଷ ହବ ଭିଜାୱାଡ଼ା ରାଂଚି ପ୍ରକଳ୍ପ । ଦୀର୍ଘ ବର୍ଷ ପରେ ମଧ୍ୟ ପୋଲ ନିର୍ମାଣ ନହେବାରୁ ଜିଲ୍ଲା ପ୍ରଶାସନ ଏହି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛି । ଏବେ ଏହି ମୋଟର ଲଂଚ ବ୍ୟବସ୍ଥାର ଶୁଭାରମ୍ଭ ଦ୍ୱାରା ଆନ୍ଧ୍ର , ଛତିଶଗଡ, ତେଲେଙ୍ଗାନା ସମେତ ଦକ୍ଷିଣ ଭାରତର ସମସ୍ତ ପ୍ରମୂଖ ସହରକୁ ଯାତାୟାତ କରିପାରିବେ ସ୍ଥାନୀୟଲୋକେ । ଏହି ସେବାକୁ ଉଦଘାଟନ କରିଛନ୍ତି ମାଲକାନଗିରି ବିଧାୟକ ଏବଂ ଜିଲ୍ଲାପାଳ ।