ଜୀବନଯୁଦ୍ଧରେ ହାରିଯାଇ ନାହାନ୍ତି ଦିବ୍ୟାଙ୍କ ହରଦୟାଲ୍ : ଗୋଟିଏ ଗୋଡ଼ ନଥିବା ସତ୍ୱେ ଅଟୋ ଚଳାଇ ପରିବାର ପୋଷୁଛନ୍ତି

51

ହାତଗୋଡ଼ ଥାଇ ମଧ୍ୟ ଲୋକେ ଭିକ ମାଗୁ୍ଥିବାର ଆପଣ ଅନେକ ସ୍ଥାନରେ ଦେଖିଥିବେ । ତେବେ ଦୁନିଆରେ ସମସ୍ତେ ସମାନ ନଥାନ୍ତି । କିଛି ନିଆରା ମଷିଣ ଥାଆନ୍ତି, ଯେଉଁମାନେ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥାଆନ୍ତି । ଏପରି ଜଣେ ନିଆରା ମଣିଷ ହେଲେ ହରଦୟାଲ ସିଂ । ଦିବ୍ୟାଙ୍ଗ ହୋଇଥିଲେ ହେଁ ସମ୍ମାନ ସହ ବଂଚିବା ପାଇଁ ପ୍ରତିଦିନ ସେ କଷ୍ଟ କରୁୁଛନ୍ତି । ଆଉ ଏବେ ଯୁବଗୋଷ୍ଠୀଙ୍କ ପାଇଁ ଉଦାହଣ ପାଲଟିଛନ୍ତି ।

ଗମ୍ଭୀର ରୋଗ ଯୋଗୁଁ ବାମ ଗୋଡ଼ ଓ ହାତର ଏକ ଅଙ୍ଗୁଳି ହରାଇଛନ୍ତି ହରଦୟାଲ । ତଥାପି ହାରିଯାଇନାହାନ୍ତି । ଦୃଢ଼ ଇଚ୍ଛା ନେଇ ଆଗକୁ ବଢ଼ିଚାଲିଛନ୍ତି । ରୋଗ ଭଲ କରିବା ପାଇଁ ସବୁ ସମ୍ବଳ ଖର୍ଚ୍ଚ ହୋଇଗଲା ହେଲେ ତାଙ୍କର ରୋଗ ଭଲ ହେଲାନାହିଁ । ତେବେ ଟଙ୍କା ନଥିଲେ ବି ଆଜି ପର୍ଯ୍ୟନ୍ତ ସେ କାହା ଆଗରେ ହାତପାତି ନାହାନ୍ତି ।

ରୋଗରେ ପୀଡ଼ିତ ହେବା ପରେ ହରଦୟାଲ ୧ ବର୍ଷ ପର୍ଯ୍ୟନ୍ତ ଘରେ ବସିରହିଲେ । ଆଉ ତାଙ୍କ ଜଣେ ବନ୍ଧୁ ତାଙ୍କୁ ଏକ ଅଟୋ ଉପହାର ସ୍ୱରୂପ ପ୍ରଦାନ କରିିଥିଲେ । ଗୋଟିଏ ଗୋଡ଼ ନଥିଲେ ମଧ୍ୟ ବୈଶାଖୀ ସାହାରାରେ ଚାଲୁଥିବା ହରଦୟାଲ ଯୋଗାଡ଼ ଲଗାଇ ଏବେ ଖୁବ ଭଲରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି । ଦିବ୍ୟାଙ୍ଗ ହୋଇଥିଲେ କାହାର ମୁଣ୍ଡର ବୋଝ ନହୋଇ ସେ କାମ କରିଚାଲିଛନ୍ତି । ହରଦୟାଲଙ୍କ କହିବା ଅନୁାସରେ ଦୃଢ଼ଇଚ୍ଛା ଶକ୍ତି ଥିଲେ ଆପଣଙ୍କ ପାଇଁ କିଛି ବି ଅସମ୍ଭବ ହୋଇ ରହିବନାହିଁ । ତେବେ ସବୁଠାରୁ ବଡ଼ କଥା ହେଲା ଦରକାର ପଡ଼ିଲେ ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ପଛାନ୍ତି ନାହିଁ ।

ହରଦୟାଲ ପୂର୍ବରୁ ଟ୍ରକ ଚଳାଉଥିଲେ । ତେବେ ପାଦ କାମ ନକରିବାରୁ ସେ ଥରେ ଡାକ୍ତରଙ୍କୁ ଦେଖାଇଥିଲେ । ତେବେ ଗମ୍ଭୀର ରୋଗ ହୋଇଥିବା ଯୋଗୁଁ ଡାକ୍ତର ତାଙ୍କର ବାମ ଗୋଡ଼ ଓ ହାତର ଏକ ଅଙ୍ଗୁଳିି କାଟିଦେଇଥିଲେ । ତେବେ ଏତେ ମୁସ୍କିଲ ପରେ ମଧ୍ୟ ସେ ଭାଙ୍ଗି ପଡ଼ିନଥିଲେ । ଜୀବନ ଯୁଦ୍ଧରେ ଏକା ଏକା ଚାଲିବାର ପ୍ରୟାସ ଜାରି ରଖିଛନ୍ତି ।