ମୋତିଲାଲ ଗୌଡଙ୍କ ସହ ସଂପୃକ୍ତ ନେତା ମନ୍ତ୍ରୀଙ୍କୁ ବାନ୍ଧିବାକୁ କଂଗ୍ରେସର ଦାବି

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜାଲ ବିଜ୍ଞପ୍ତି ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା, କୋଟି କୋଟି ଟଙ୍କା ହଡପ କରିଥିବା ଡାକ୍ତର ମୋତିଲାଲ ଗୌଡଙ୍କ ସହ ସଂପୃକ୍ତ ନେତା ଓ ମନ୍ତ୍ରୀଙ୍କ ଗିରଫ ଦାବି କରିଛି କଂଗ୍ରେସ । ୭୨ ଘଂଟା ମଧ୍ୟରେ ମୋତିଲାଲଙ୍କ ସହ ସଂପର୍କ ରଖିଥିବା ନେତାମାନଙ୍କୁ ଗିରଫ କରିବା ପାଇଁ ଦଳ ଦାବି କରିଛି । ଡେଡଲାଇନ ଭିତରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତାହା ହେଲେ ଯୁବ କଂଗ୍ରେସ ନବୀନ ନିବାସ ଘେରାଉ କରିବାକୁ ଚେତବାନୀ ଦେଇଛି । କଂଗ୍ରେସ ଯୁବ ସାଧାରଣ ସଂପାଦକ ମନୋଜ ସେନାପତି ଏନେଇ ସୂଚନା ଦେଇଛନ୍ତି ।