ଇଓଡବ୍ଲୁରେ ହାଜର ହେଲେ ଡାକ୍ତର ମୋତିଲାଲ ଗୈାଡ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଇଓଡବ୍ଲୁରେ ହାଜର ହୋଇଛନ୍ତି ଡାକ୍ତର ମୋତିଲାଲ ଗୈାଡ । ଏହାପରେ ଆଜି କୋର୍ଟରେ ତାଙ୍କୁ ହାଜର କରି ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ଶନିବାର ରାଜ୍ୟ ଭିଜିଲାନ୍ସ ମୋତିଲାଲଙ୍କ ୮ଟି ଆଡ୍ଡାରେ ଚଢାଉ କରିବା ପରେ ରବିବାର ତାଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି କ୍ରାଇମବ୍ରାଂଚ । ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା କହିଛନ୍ତି, ତାଂକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । କିଛି ଦିନ ଧରି ତାଂକୁ ଟ୍ରାକ୍ କରାଯାଉଥିଲା । ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦେଶକ ଥିବା ମୋତିଲାଲ ଗୌଡଙ୍କୁ ଜୁନ୍ ୪ ତାରିଖରେ ନିଲମ୍ବିତ କରାଯାଇଥିଲା । ଡାକ୍ତର ମୋତିଲାଲ ଗୌଡଙ୍କ କାହାଣୀ ସାରା ରାଜ୍ୟରେ ଚର୍ଚାର ବିଷୟ ହୋଇଥିଲା । କାରଣ ଦିନ ଦ୍ୱିପହରେ ରାଜ୍ୟ ସରକାରଙ୍କ ଆଖିରେ ଧୂଳି ଦେଇ ବେଆଇନ୍ କାମ କରୁଥିଲେ ଏହି ଅଧିକାରୀ ।