ମା ପାଇଁ ଦିନଟିଏ

80

ମା ପାଇଁ ଦିନଟିଏ । ମାଆ ଓ ମାତୃତ୍ୱକୁ ସମ୍ମାନ ଦେଇ ବିଶ୍ୱର ପ୍ରାୟ ୪୦ରୁ ଅଧିକ ଦେଶରେ ପାଳିତ ହେଉଛି ମାତୃ ଦିବସ । ପିଲା ପାଇଁ ମାର ତ୍ୟାଗ, ବଳିଦାନ ଓ ତାହାରି ଭଲପାଇବାକୁ ସ୍ମରଣ କରାଯାଇ ପ୍ରତିବର୍ଷ ପାଳିତ ହୁଏ ମାତୃ ଦିବସ । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଏହି ମାତୃ ଦିବସ ପାଳିତ ହୁଏ । ତେବେ ଅଧିକାଂଶ ସ୍ଥାନରେ ମେ ମାସ ଦ୍ୱିତୀୟ ରବିବାରରେ ମାତୃ ଦିବସ ପାଳନ ହୁଏ । ୧୯୦୫ ମସିହାରେ ପ୍ରଥମେ ଏହି ଦିବସ ପାଳିତ ହୋଇଥିଲା । କିନ୍ତୁ ଏହାକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାରେ ବିବାଦ ଦେଖା ଦେଇଥିଲା । ପରେ ୧୯୧୨ ମସିହାରୁ ପ୍ରତିବର୍ଷ ମେ ଦ୍ୱିତୀୟ ରବିବାରକୁ ମାତୃ ଦିବସର ମାନ୍ୟତା ମିଳିଲା । ପରବର୍ତୀ ସମୟରେ ୧୯୧୪ରେ ଏନେଇ ଆମେରିକାନ କଂଗ୍ରେସରେ ବିଧିବଦ୍ଧ ଭାବେ ଆଇନ ପାରିତ ହୋଇଥିଲା । ସେହି ଦିନଠାରୁ ପ୍ରତିବର୍ଷ ପାଳିତ ହୋଇ ଆସୁଛି ମାତୃ ଦିବସ ।

vlcsnap-2016-05-08-11h15m33s838ସେହିପରି ସମ୍ବାଦ ପକ୍ଷରୁ ମାତୃଦିବସକୁ ୧୦ ବର୍ଷ ଧରି ଅଭିନବ ଢ଼ଙ୍ଗରେ ପାଳନ କରାଯାଉଛି । ରବିବାର ଏହି ଦିବସକୁ ଦେଶ ବ୍ୟାପି ପାଳନ କରାଯାଉଥିବା ବେଳେ ଗୋଟିଏ ଦିନ ପୂର୍ବରୁ ସମ୍ବାଦ ମାତୃଦିବସର ବାର୍ତାକୁ ନେଇ ପୁରସ୍କାର ପ୍ରଦାନ କରିଛି । ସମ୍ବାଦକୁ ଆସିଥିବା ହଜାର ହଜାର ବାର୍ତା ମଧ୍ୟରୁ ପାଖାପାଖି ସର୍ବଶ୍ରେଷ୍ଠ ୫ ଶହ ବାର୍ତାକୁ ବଛାଯାଇ ଖବରକାଗଜରେ ପ୍ରକାଶ କରାଯାଇଥିଲା । ସେହି ୫ ଶହ ବାର୍ତାରୁ ଲକି ଡ୍ର ମାଧ୍ୟମରେ ୩୧ ଜଣ ନାଁ ଘୋଷଣା କରାଯାଇ ବିଭି୍ନ୍ନ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ପୁରସ୍କାର ଭାବେ ସନ୍ତୋଷ କୁମାର ରଣାଙ୍କୁ ହୋଣ୍ଡା ଆକ୍ଟିଭା ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ସମ୍ବାଦର ସଂପାଦକ ସୈାମ୍ୟରଂଜନ ପଟ୍ଟନାୟକ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଯୁଗ୍ମ ନିର୍ଦେଶିକା ମନିକା ନାୟାର ପଟ୍ଟନାୟକ, କନକ ନ୍ୟୁଜର ନିର୍ଦେଶିକା ତନୟା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।