ରାଜଧାନୀରେ ଅଲୌକିକ ଘଟଣା : ମାଆର ହତ୍ୟା ଉଦ୍ୟମକୁ ପରିହାସ କଲା ସଦ୍ୟଜାତ ଶିଶୁ

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ଅଲୌକିକ ଘଟଣା । ଜନ୍ମର ମାତ୍ର କିଛି ଘଂଟା ଭିତରେ ମା’ର ହତ୍ୟା ଉଦ୍ୟମକୁ ପରିହାସ କରିଛି ଶିଶୁ । ରାଜଧାନୀର ଏକ ବସ୍ତିରେ ଘଟିଥିବା ଏହି ଘଟଣା ଯେତିକି ଆଶ୍ଚର୍ୟ୍ୟଜନକ , ତାଠାରୁ ଅଧିକ ଅଲୌକିକ ମଧ୍ୟ । କାରଣ ୨୦ ଫୁଟ୍ ଗଭୀର ପରିତ୍ୟକ୍ତ କୂଅ ଭିତରକୁ ଶିଶୁଟିକୁ ନିଜ ଜନ୍ମକଲା ମାଆ ଫିଙ୍ଗି ଦେବା ପରେ ବି ଶିଶୁଟି ବଂଚିଛି । ତେବେ ଅମାନବୀୟ ମାଆକୁ ପୁଲିସ୍ ଗିରଫ କରିଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁ ଭିତରେ ଶିଶୁଟି ମୁତ୍ୟୁ ସହ ସଂଗ୍ରାମ କରୁଛି ।