ସେଂଟ୍ ହେବେ ମଦର ଟେରେସା : ଭଟିକାନ୍ ସିଟିରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ

23

ରୋମର ଭାଟିକାନ ସିଟିରେ ଆଜିି ଏକ ସମାରୋହରେ ମଦର ଟେରେସାଙ୍କୁ ସନ୍ଥ ଘୋଷଣା କରିବେ ରୋମନ କଥ୍ୟୋଲିକ ଚର୍ଚ୍ଚର ପୋପ୍ ଫ୍ରାନସିସ । ସାରା ବିଶ୍ୱରେ ମଦର ଟେରେସାଙ୍କ ଲକ୍ଷାଧିକ ଅନୁଗାମୀ ମଧ୍ୟ ଏଥିରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନେତୃତ୍ୱରେ ୧୨ ଜଣିଆ ପ୍ରତିନିଧି ମଣ୍ଡଳୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ରୋମ ଗସ୍ତ କରିଛନ୍ତି ।

ସେପଟେ ଟେରେସାଙ୍କ କର୍ମଭୂମି କୋଲକାତାରେ ଖୁସିର ଲହରି ଖେଳିଯାଇଛି । ମଦର ଟେରେସା ୧୯୪୫ ସମିହା ପରେ ରହିଥିବା ଲୋରେଟୋ କନଭେଂଟ ସ୍କୁଲରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମଦର ଟେରେସାଙ୍କ ପ୍ରତିମୂର୍ତିକୁ ସଜେଇ ସମସ୍ତେ ରୋମନ କାଥୋଲିକ ଚର୍ଚ୍ଚର ନିଷ୍ପତିକୁ ସ୍ୱାଗତ କରିଛନ୍ତି।