ରାଜଧାନୀରେ ବିକ୍ରି ହେଉଛି ଶିଶୁପୁତ୍ର ! ୧୯ ଦିନର ପୁଅକୁ ୫ ଲକ୍ଷ ଟଙ୍କାରେ ବିକିଦେଲା ମାଆ ! ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ମା’କୁ ପଚରାଉଚରା

ଅଭିଯୋଗ ପରେ ମାଆକୁ ଖଣ୍ଡଗିରି ଥାନା ପୁଲିସର ପଚରା ଉଚରା

603

କନକ ବ୍ୟୁରୋ: ରାଜଧାନୀରୁ ଆସିଛି ଶିଶୁ ବିକ୍ରିର ଚାଂଚଲ୍ୟକର ଖବର । ନିଜ ଜନ୍ମ କଲା ପୁଅକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିଦେଲା ମାଆ । ୧୯ ଦିନର ପୁଅକୁ ମାଆ ବିକ୍ରି କରିଥିବା ଅଭିଯୋଗ ହୋଇଛି । କୋର୍ଟ ପେପରରେ ପୁଅ ବିକ୍ରି ନେଇ ମାଆ ଲେଖିଦେଇଥିବା ସୂଚନା । ୫ ନଂବର ପୁଅକୁ ୫ ଲକ୍ଷ ଟଙ୍କାରେ ମାଆ ବିକ୍ରି କରିଥିବା ନେଇ ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ, ମାଆକୁ ପଚରାଉଚରା କରୁଛି ।

ରାଜଧାନୀରେ ଶିଶୁ ବିକ୍ରି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଖଣ୍ଡଗିରି ଥାନା ଭରତପୁର ଅଂଚଳରେ ଜଣେ ମହିଳା ନିଜର ଜନ୍ମକଲା ପୁତ୍ର ସନ୍ତାନକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ତେବେ ପିଲାଟି କେଉଁଠି ଅଛି, କେମିକି ଅଛି ଆଉ କାହା ପାଖରେ ଅଛି, ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ତେବେ ପୁଲିସ ଭରତପୁର ଅଂଚଳରେ ପହଂଚି ଛାନଭିନ ଆରମ୍ଭ କରିଛି ।

ଅନ୍ୟପଟେ ଛୁଆ ବିକ୍ରି ସଂପର୍କରେ କିଛି ଜାଣିନଥିବା କହିବା ସହ ତାଙ୍କ ପତ୍ନୀ ଏହି କାରବାରରେ ଲିପ୍ତ ଥିବା କହିଛନ୍ତି ମହିଳାଙ୍କ ପତ୍ନୀ । ତେବେ ମହିଳାଙ୍କର ପୂର୍ବରୁ ୪ଟି ପିଲା ଅଛନ୍ତି । ପଂଚମ ସନ୍ତାନ ହେବା ପରେ ତାର ପାଳନପୋଷଣ ପାଇଁ ଅସମର୍ଥ ହେବାରୁ ନିଜ ଛୁଆକୁ ଅନ୍ୟ କାହାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।