ମା’ କାଖରେ ମରିଗଲା ଛୁଆ ! ମା’ କହିଲେ ପୁଅର ମୃତ୍ୟୁ କାହାଣୀ . .

69

କନ୍ଧମାଳ : ପୁଲିସ୍ ଗୁଳିମାଡରେ କାଖରୁ ଖସିଗଲା ପୁଅ । ମା ବୋଲି ଡାକିବା ପୂର୍ବରୁ ରକ୍ତ ଜଡୁବୁଡୁ ଅବସ୍ଥାରେ ଟଳି ପଡିଲା ପୁଅ । ହେଲେ ମାଆ କିନ୍ତୁ ବଂଚିଗଲା ଗୁଳିମାଡରୁ । ଗତକାଲି ରାତିରେ ଅମାନବୀୟ ପୁଲିସର ଅତର୍କିତ ଗୁଳିମାଡରେ କନ୍ଧମାଳ ଜିଲ୍ଲାର ଜଣେ ୨ ବର୍ଷର ଶିଶୁ ପ୍ରାଣ ହରାଇଛି । ଆଉ କନକ ନ୍ୟୁଜକୁ ଏକ ଏଳ୍ସକ୍ଲୁସିଭ୍ ଇଂଟରଭ୍ୟୁ ଦେଇ ମାଆ କହିଛି ପୁଅର ମୃତ୍ୟୁ କଥା । ସରକାରୀ ମଜୁରୀ ଟଙ୍କା ନେଇ ବାଲିଗୁଡା ସହରରୁ ଗାଁକୁ ଫେରୁଥିଲେ ମାଆ ପୁଅ ।ସାଥୀରେ ଥିଲେ ଗାଁର ଅନ୍ୟ କିଛି ଲୋକ । ହଠାତ୍ ଗାଁ ମୁଣ୍ଡରେ ଅଟୋ ଅଟଳିଗଲା କାଦୁଅ ରାସ୍ତାରେ । ବଧ୍ୟ ହୋଇ ଅଟୋରୁ ଓହ୍ଲାଇ ଅନ୍ୟମାନଙ୍କ ସହ ଏ ମହିଳା ନିଜ ୨ ବର୍ଷ ପୁଅକୁ କାଖେଇ ଫେରୁଥିଲେ । ହେଲେ ହଠାତ୍ ପୁଲିସ ଗୁଳି ବାଜିଥିଲା ପୁଅ ପେଟରେ । ଆଉ ସେଇଠି ଟଳି ପଡିଥିଲା ସେ । ଶୁଣନ୍ତୁ ମାଆ ମୁହଁରୁ ପୁରା କାହାଣୀ ।