ବଳାତ୍କାର କଲେ, ଯଜ୍ଞକୁଣ୍ଡରେ ଜିଅନ୍ତା ଜାଳିଦେଲେ ! ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କଲେ ୫ ନୃଶଂସ ।

27

ସୀମା ଟପିଗଲା ନୃଶଂସତା । ଜଣେ ୩୫ ବର୍ଷିୟା ମହିଳାକୁ ଗଣବଳାତ୍କାର କରିବା ପରେ ଜିଅନ୍ତା ଜାଳିଦେଲେ ଦୁର୍ବୁତ୍ତ ।  ନିକଟସ୍ଥ ମନ୍ଦିର ପରିସରରେ ଥିବା ଯଜ୍ଞକୁଣ୍ଡରେ ମହିଳାକୁ ଜାଳିଦେଇଥିବା ଦୃଶ୍ୟ ଦେଖିବାକୁ ମଳିଛି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲା ରାଜପୁରା ଥାନା ଅଞ୍ଚଳରେ।

ପିଡିତା ସ୍ୱାମୀଙ୍କ କହିବା ମୁତାବକ ଗତକାଲି ରାତିରେ ତାଙ୍କ ସ୍ତ୍ରୀ ଘରେ ଏକାଥିଲେ । ସେହି ସମୟରେ ସେହି ଗାଁର ୫ଜଣ ନୃଶଂସ ବ୍ୟକ୍ତି ଘରକୁ ପଶି ବଳାତ୍କାର କରିଥିଲେ । ପରେ ଏହି ବିଷୟରେ କିଛି କହିବ। ପୂର୍ବରୁ ତାକୁ ସେହି ୫ଜଣ ନୃସଂଶମ ରାକ୍ଷସମାନେ ଗାଁ ନିକଟରେଥିବା ଏକ ମନ୍ଦିର ଯଜ୍ଞକୁଣ୍ଡରେ ଜିଅନ୍ତା ଜାଳିଦେଇଥିବା କାନ୍ଦି କାନ୍ଦି ପୋଲିକୁ ଜଣାଇଛନ୍ତି ପିଡିତାଙ୍କ ସ୍ୱାମୀ । ଏପରିକି ଗତ କିଛି ମାସ ହେବ ଏହି ୫ଜଣ ତାଙ୍କ ସ୍ତ୍ରୀକୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ବୋଲି ପିଡିତାଙ୍କ ସ୍ୱାମୀ କହିଛନ୍ତି ।

ତେବେ ଘଟଣା ସ୍ଥଳରେ ରାଜପୁରା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି । ଆଇପିସି ଧାରା ୩୭୬ଡି, ୩୦୨, ୨୦୧, ୧୪୭, ୧୪୮ ଏବଂ ୧୪୯ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସ୍ତାନୀୟ ପୋଲିସ । ତେବେ ସୁଚନା ମୁତାବକ ଘଟଣାରେ ସଂପୃକ୍ତ ଥିବା ସେହି ୫ଜଣ ନୃସଂଶ- ଆରାମ ସିଂହ, ମହାବୀର, ଚରଣ ସିଂହ, ଗୁଲ୍ଲୁ ଏବଂ କୁମାରପାଳ ବୋଲି ପୋଲିସ ଜାଣିବାକୁ ପାଇଛି । ହେଲେ ବର୍ତ୍ତମାନ ସେହି ୫ଜଣ ପୋଲିସ ପଞ୍ଝାରେ ପଡିବା ପୂର୍ବରୁ ଫେରାର ଅଛନ୍ତି । ସେପଟେ ଉତ୍ତର ପ୍ରଦେଶ ଏଡିଜିଙ୍କ କହିବା ମୁତାବକ ପୋଲିସ ହାତରେ କିଛି ଗୁରୁତ୍ପୂର୍ଣ୍ଣ ତଥ୍ୟ ଲାଗିଛି । ଯାହାଦ୍ୱାରା ପୋଲିସ ସେହି ୫ଜଣ ନୃସଂଶ ବଳାତ୍କାରଙ୍କୁ ଗିରଫ କରିବାପାଇଁ ଦୁଇଟି ଟିମ ଭାରେ ତଦନ୍ତ କରୁଛନ୍ତି । ମାମଲା ରୁଜୁହେବା ପରେ ଖୁବଶ୍ରୀଘ୍ର ଏହି ୫ଜଣଙ୍କୁ କାବୁ କରିବ ପୋଲିସ ବୋଲି ଏଡିଜି କହିଛନ୍ତି ।