‘ଖଳନାୟକ’ଙ୍କ ନାଁରେ ମହାଅଭିଯୋଗ ! ପ୍ରେମ ବିବାହକୁ ସ୍ୱୀକୃତି ଦେଉନଥିବା ଅଭିଯୋଗ ଆଣିଲେ ଦୈତାରୀ ପଣ୍ଡାଙ୍କ ଦ୍ୱିତୀୟ ପତ୍ନୀ

ନିଜ ସନ୍ତାନର ଭରଣପୋଷଣ ସହ ଦାବି କଲେ ପିତୃତ୍ୱର ପରିଚୟ

229

କନକ ବ୍ୟୁରୋ: ଯାତ୍ରା ଜଗତର ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡାଙ୍କ ନାଁରେ ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଦୈତାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଦ୍ୱିତୀୟ ସ୍ତ୍ରୀ ଲତା ମଣ୍ଡଳ । ଲତା ମଣ୍ଡଳ ଓ ତାଙ୍କ ପୁଅକୁ ଚିହ୍ନି ନଥିବା ଓ କିଛି ସଂପର୍କ ନଥିବା କହିବା ପରେ ଉଭୟ ଭଦ୍ରକ କୋର୍ଟରେ ଆଶ୍ରୟ ନେଇଥିବା ବେଳେ ଗତକାଲି ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ।

 

ଲତାଙ୍କ ଅଭିଯୋଗ ଅନୁଯାୟୀ, ଏକାଠି ନାଟକ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପ୍ରଥମରୁ ବିବାହିତ ଥିବା ସତ୍ୱେ ପୁରୀରେ ତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଦୈତାରୀ ପଣ୍ଡା । ଦୈତାରୀ ଓ ଲତାଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇଥିଲା । ବଡ଼ ସନ୍ତାନର ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସନ୍ତାନ ଶମ୍ଭୁନାଥ ଯୁକ୍ତ ୩ ପାସ୍ କରି ଜାମୁଝାଡ଼ି ସ୍ଥିତ ବାସଭବନରେ ରହୁଛନ୍ତି । ତେବେ କିଛି ଗଣମାଧ୍ୟମରେ ଦଇତାରୀ ପଣ୍ଡା ଲତା ମଣ୍ଡଳ ଓ ତାଙ୍କ ପୁଅକୁ ଚିହ୍ନି ନଥିବା ଓ କିଛି ସଂପର୍କ ନଥିବା କହିବା ପରେ ଲତା ମଣ୍ଡଳ ଓ ତାଙ୍କ ପୁଅ ଶମ୍ଭୁନାଥ ଉଭୟ ଭଦ୍ରକ କୋର୍ଟରେ ଆଶ୍ରୟ ନେଇଥିବା ବେଳେ ଗତକାଲି ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ।

ତାଙ୍କ ପୁଅକୁ ପିତୃତ୍ୱର ପରିଚୟ ଦେବା ସହ ଭରଣ ପୋଷଣ ପାଇଁ ଦାବି କରିଛନ୍ତି ନିଜକୁ ଦୈତାରୀ ପଣ୍ଡାଙ୍କ ଦ୍ୱିତୀୟ ପତ୍ନୀ ବୋଲି କହୁଥିବା ଲତା ମଣ୍ଡଳ । ସିମୁଳିଆ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ କନକ ନ୍ୟୁଜ ଟିମ ତାଙ୍କର ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।