୪୦ ବର୍ଷୀୟା ମହିଳାଙ୍କ ଅପୂର୍ବ ସଫଳତା ! ବେଟି ବଚାଓ ବେଟି ବଢ଼ାଓ ବାର୍ତ୍ତା ଦେବା ପାଇଁ ମାଆ ଚଢ଼ିଲେ ମାଉଣ୍ଟ ଏଭରେଷ୍ଟ ।

61

ଜଣେ ନାରୀ ହେଉଛି ପରିବାରର ଗର୍ବ ଏବଂ ଗୌରବ । ହେଲେ ବର୍ତ୍ତମାନ ସମୟରେ ଅନେକ ଜାଗାରେ ବେଳେବେଳେ ଏପରି ଦେଖାଯାଇଥାଏ ସତେ ଯେମିତି ଝିଅଟିଏ ପରିବାର ପାଇଁ ଅଲୋଡା ହେବାରେ ଲାଗିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଦାସର୍ବଦା ବେଟି ବଚାଓ , ବେଟି ବଢ଼ାଓ ବାର୍ତ୍ତା ଦେଇ ଆସୁଛନ୍ତି । କିନ୍ତୁ ଏହାକୁ ପ୍ରକୃତରେ ଜଣେ ମାଆ ସାକାର କରି ଦେଖାଇଛନ୍ତି । ଅରୁଣାଚଳପ୍ରଦେଶ ଅଞ୍ଚଳର ରୋଇଂଗି ନିବାସୀ ମୁରୀ ଲିଂଗଗୀ ୪୦ ବର୍ଷ ବୟରେ ବିଶ୍ୱବାସୀଙ୍କୁ ଚକିତ କରିଛନ୍ତି । ଏହି ୪୦ ବର୍ଷିୟା ମହିଳା ବେଟି ବଚାଓ, ବେଟି ବଢ଼ାଓ ବାର୍ତ୍ତା ଦେବା ପାଇଁ ବିଶ୍ୱର ସବୁଠାରୁ ଉଚ୍ଚତମ ଶୃଙ୍ଘ ମାଉଣ୍ଟ ଏଭରେଷ୍ଟକୁ ଚଢ଼ି କୃତିତ୍ୱ ହାସଲ କରିଛନ୍ତି । ମୁରୀ ଅରୁଣାଞ୍ଚଳ ପ୍ରଦେଶର ତୃତୀୟ ମହିଳାଭାବେ ଏଭଳି ସଫଳତା ହାସଲ କରିଛନ୍ତି । ଗତ ଏପ୍ରିଲ ୫ତାରିଖରୁ ସେ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ । ମେ ୧୪ ତାରିଖ ସକାଳୁ ସକାଳୁ ବିଶ୍ୱର ସର୍ବଚ୍ଚୋ ମାଉଣ୍ଟ ଏଭରେଷ୍ଟର ଶୀର୍ଷରେ ପହଁଚି ଜାତୀୟ ତ୍ରିରଙ୍ଗା ପତାକାକୁ ଉଡାଇଥିଲେ । ସବୁଠାରୁ ରୋଚକ କଥା ହେଲା ମୁରୀ ହେଉଛନ୍ତି ୪ଟି ଝିଅଙ୍କର ମାଆ ଏବଂ ତାଙ୍କର ଏଭଳି କାରନାମା ନିଶ୍ଚିତ ଭାବେ ବିଶ୍ୱରେ ଅଭିନନ୍ଦନ ଯୋଗ୍ୟ ।

ଏନେଇ କେନ୍ଦ୍ରୀୟ ଗୃହ ରାଜ୍ୟମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ଟ୍ୱିଟ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ମୁରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କୁ ଏଭଳି କରିବାର ପ୍ରେରଣା ଅରୁଣାଚଳ ପ୍ରଦେଶର ତିନ ମେନାଙ୍କ ଠାରୁ ପାଇଛନ୍ତି ଯିଏ ୨୦୧୧ ମସିହାରେ ମାଉଣ୍ଟ ଏଭରେଷ୍ଟ ଚଢ଼ି ସଫଳ ହୋଇଥିଲେ । ଗତ ମେ ୧୬ ତାରିିଖ ଦିନ ପଠାନକୋଟର ବାପା ଓ ଝିଅ ଯୋଡି ମାଉଣ୍ଟ ଏଭରେଷ୍ଟ ଶୀର୍ଷକୁ ଚଢ଼ି ଦୁନିଆରେ ଏକ ସ୍ୱର୍ଣ୍ଣୀମ ଇତିହାସ ରଚିଛନ୍ତି । ତେବେ ଏଭଳି କାରନାମ ଯୋଗୁଁ ଯେଉଁ ବାର୍ତ୍ତା ଦିଆଯାଉଛି ଯେ ବେଟି ବଞ୍ଚାଓ , ବେଟି ବଢ଼ାଓ ତାହା ହୁଏତ ପ୍ରଭାବିତ କରିପାରେ । ଶିଶୁ କନ୍ୟାଙ୍କୁ ସୁରକ୍ଷା ଏବଂ ତାଙ୍କ ଭବିଷ୍ୟତ ଉଜ୍ୱଳ କରିବା ପାଇଁ ପ୍ରୟାସ କରାଯିବା ନିତ୍ୟାନ୍ତ ଆବଶ୍ୟକ ।