ମା’ ଭୁଲିଗଲା ମମତା ! ୬ ବର୍ଷର ଶିଶୁ ପୁଅ ଗାଧୋଇବାକୁ ମନା କରିବାରୁ ରାଗରେ ପୁଅକୁ ଚାକୁ ଭୁସିଲା ମା’।

76

ମା ସାଜିଲା ରାକ୍ଷସୀ । ସନ୍ତାନକୁ ଜନ୍ମ ଦେଇଥିଲା ସତ କିନ୍ତୁ ସେହି ସନ୍ତାନକୁ ହତ୍ୟା କରି ମା’ ଜାତି ପାଇଁ କଳଙ୍କ ପାଲଟିଗଲା । ନିଜ ୬ ବର୍ଷର ପୁଅକୁ ଛୁରିରେ ଭୁସି ଜୀବନରୁ ମାରିଥିବା ଏହି ମା’ଜଣକ ହେଉଛନ୍ତି ପଞ୍ଚାବର ଭଟିଣ୍ଡା ସହରର ରାଜବୀର କୌର । ଘରେ କହିଲେ ସ୍ୱାମୀ ଏବଂ ଏକମାତ୍ର ପୁଅ ହ୍ୟାପି ।

ଘଟଣା ଦିନ ହ୍ୟାପିକୁ ଗାଧୋଇବା ପାଇଁ ରାଜବୀର ବାଥରୁମରେ ଥିବାବେଳେ ସବୁ ପିଲାଙ୍କ ଭଳି ହ୍ୟାପି ମଧ୍ୟ ଗାଧୋଇବା ପାଇଁ ଅଝଟ କରୁଥିଲା । ରାଜବୀରଙ୍କର ପୂର୍ବରୁ ବ୍ଲଡପ୍ରେସର ସମସ୍ୟା ଥିଲା ତେଣୁ ସେ ଉକ୍ତ ସମୟରେ ବିପିର ମେଡିସିନ୍ ମଧ୍ୟ ଖାଇଥିଲେ । ହ୍ୟାପି ଅଝଟ ଅତ୍ୟଧିକ ବଢିବାରୁ ସେ ରାଗିଯାଇ ତା’ ପାଟିରେ ଧରିଥିବା ତଉଲିଆକୁ ପୁରାଇ ଦେଇଥିଲେ ଏବଂ ପାଖରେ ଥିବା ଏକ ଛୁରୀ ମାଧ୍ୟମରେ ତାକୁ ୪ ରୁ ୫ ଥର ଆଘାତ କରିଥିଲେ । ପୁଅକୁ ମାରିବା ପରେ ରାଜବୀର ଦୌଡି ଆସି ପାଖ ରୁମରେ ଥିବା ସ୍ୱାମୀଙ୍କୁ ଏ ବିଷୟରେ ସବୁ କିଛି ଜଣାଇଥିଲେ । ସ୍ୱାମୀ ବାଥରୁମ୍ ଯାଇ ଦେଖିବାବେଳେ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆରପାରିକୁ ଚାଲିଯାଇଥିଲା ।

ବର୍ତ୍ତମାନ ରାଜବୀରଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ସ୍ୱାମୀଙ୍କୁ ଏନେଇ ପଚରାଯିବାରୁ ସେ ଘରେ କୌଣସି କ୍ଲେଷ ନଥିବା କଥା କହିଥିଲେ । ରାଜବୀର ହ୍ୟାପିକୁ ବହୁତ ଭଲ ପାଉଥିଲେ । ବିବାହର ୭ ବର୍ଷ ପରେ ହୋଇଥିବା ଏକମାତ୍ର ପୁଅକୁ ରାଜବୀର କାହିଁକି ହତ୍ୟା କଲେ ସେ ଏ ପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ।