କେନ୍ଦୁଝର : ସ୍ୱାମୀ-ସ୍ତ୍ରୀଙ୍କ କଳହ ଯୋଗୁଁ ନିଜର ୧୫ ମାସର ଶିଶୁ ପୁତ୍ରକୁ ତଂଟିଚିପି ହତ୍ୟା କରି ଆତ୍ମହତ୍ୟା କରିଛି ମା’

23

କନକ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି କେନ୍ଦୁଝରରେ । ପାଟଣା ଥାନା ଅନ୍ତର୍ଗତ ହାଣ୍ଡିଆଖିଲ ଗାଁରେ ଘଟିଛି ଏହି ଘଟଣା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଯୋଗୁଁ ନିଜର ୧୫ ମାସର ଶିଶୁ ପୁତ୍ରକୁ ତଂଟିଚିପି ହତ୍ୟା କରି ଆତ୍ମହତ୍ୟା କରିଛି ମା । ଘଟଣାସ୍ଥଳରେ ପୋଲିସ ପଂହଚି ତନାଘନା ଆରମ୍ଭ କରିଛି । ମିଳିଥିବା ଖବର ଅନୁସାରେ, ଗାଁର ସୁଷମା ବେହେରା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଗତକାଲି କଳହ ଚରମସୀମାରେ ପଂହଚିଥିଲା । ଏହାପରେ ସୁଷମା କ୍ରୋଧ ସମ୍ବରଣ କରିନପାରି ନିଜ ପୁଅକୁ ହତ୍ୟାକରି ଆତ୍ମହତ୍ୟା କରିଥିଲେ । ଘଟଣା ପରେ ସୁଷମାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି ।