ଜନ୍ମଦାତ୍ରୀ ହେଲା ମୃତ୍ୟୁଦାତ୍ରୀ ! ମଦ୍ୟପ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଠେଙ୍ଗାରେ ପିଟି ମା’ ମାରିଦେଲା ନିଜ ପୁଅକୁ

ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଠେଙ୍ଗାରେ ପିଟି ପିଟି ତାକୁ ମାରିଦେବା ପରେ ଫେରାର ହୋଇଯାଇଛି

79

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବେଲଦା ଗ୍ରାମର ମୁଣ୍ତାସାହିରେ ମଦ୍ୟପ ପୁଅକୁ ହତ୍ୟା କରିଛି ମା’। ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଠେଙ୍ଗାରେ ପିଟି ପିଟି ତାକୁ ମାରିଦେବା ପରେ ଫେରାର ହୋଇଯାଇଛି। ଗତକାଲି ସନ୍ଧ୍ୟା ୬ଟା ବେଳେ ଘଟଣା ଘଟିଥିଲେ ମଧ୍ୟ ପ୍ରାୟ ୨୪ ଘଣ୍ଟା ପରେ ସନ୍ଧ୍ୟାରେ ପୁଲିସ ଖବର ପାଇଥିଲା। ପୁଲିସ ତଦନ୍ତ ଆରମ୍ଭ କରି ପୁତ୍ରହନ୍ତା ମା’କୁ ଅଟକ ରଖିଛି। ମୃତ ପୁଅ ହେଉଛି ମଙ୍ଗଲ ମୁଣ୍ଡା (୨୭)। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ସେ ନିଶାସକ୍ତ ହୋଇ ଘରେ ପାଟିତୁଣ୍ତ କରିଥିଲା। ବହୁ ସମୟ ଧରି ମଙ୍ଗଲ ଓ ତାଙ୍କ ମା’ ଚାରିବା ମୁଣ୍ତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

 

ଏଥିରେ ଉତକ୍ଷିପ୍ତ ହୋଇ ଚାରିବା ଘର ବାହାରେ ପଡ଼ିଥିବା ଏକ ଠେଙ୍ଗା ସାହାଯ୍ୟରେ ମଙ୍ଗଲର ମୁଣ୍ଡ ପଛପଟେ ଶକ୍ତ ପାହାର ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ମଙ୍ଗଲଙ୍କର ମୃତ୍ୟୁ ଘଟିଥିଲା। ପୁଅର ମୃତ୍ୟୁ ହେବା ଦେଖି ଚାରିବା ଘରୁ ବାହାରି ପଳାଇ ଯାଇଥିଲା। ଘରେ ଚାଲିଥିବା ପାଟିତୁଣ୍ଡ ମଧ୍ୟ ହଠାତ ବନ୍ଦ ହୋଇଯାଇଥିଲା। ତେବେ ଗତକାଲି ସନ୍ଧ୍ୟାରେ ଗ୍ରାମର ୱାର୍ଡ ମେମ୍ବର ଏ ନେଇ ବାମେବାରୀ ଥାନାକୁ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରିଛି। ଫେରାର ହୋଇ ଯାଇଥିବା ମା’ ଚାରିବା ମୁଣ୍ତାକୁ ଧରି ଥାନାରେ ଅଟକ ରଖିଛି ବୋଲି ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

ମତାମତ

Your email address will not be published.