ଝିଅ ଐଶ୍ୱର୍ଯ୍ୟାଙ୍କ ଗୃହସ୍ଥୀ ବଂଚାଇବାରେ ଅସଫଳ ହେଲେ ମା’ ପୂର୍ଣ୍ଣିମା, ତେଜପ୍ରତାପଙ୍କ ଘରୁ କାନ୍ଦି କାନ୍ଦି ବାହାରିଲେ

ରାବଡି ଦେବୀଙ୍କ ସହ ଭେଟ ହେବାପରେ କାନ୍ଦି କାନ୍ଦି ଘରୁ ବାହାରିଲେ ଐଶ୍ୱର୍ଯ୍ୟାଙ୍କ ମା’

339

ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବଙ୍କ ଶାଶୁ ଓ ତାଙ୍କର ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ମା’ ପୂର୍ଣ୍ଣିମା ଯାଦବଙ୍କୁ ନିଜ ଝିଅର ଗୃହସ୍ଥୀ ସଜାଡିବାରେ ହେଉଛି କଷ୍ଟ । ଝିଅର ଛାଡପତ୍ର ଖବର ଯେବେଠାରୁ ଆସିଛି, ସେବେଠାରୁ ଏହି ମାମଲାରେ ପ୍ରତିଦିନ ନୂଆ ନୂଆ ଜିନିଷ ସାମନାକୁ ଆସୁଛି । ଯାଦବ ପରିବାର ସହିତ ଐଶ୍ୱର୍ଯ୍ୟାଙ୍କ ମା’ ପୂର୍ଣ୍ଣିମା ମଧ୍ୟ ଛାଡପତ୍ରକୁ ରୋକିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । । ରବିବାର ଦିନ ଐଶ୍ୱର୍ଯ୍ୟାଙ୍କ ମା’ ପୂର୍ଣ୍ଣିମା ରାବଡି ଦେବୀଙ୍କୁ ଭେଟିବା ପାଇଁ ସରକାରୀ ବାସଭବନ ୧୦ ସର୍କୁଲାର ରୋଡ ପହଂଚିଥିଲେ ।

ସାକ୍ଷାତକାରରୁ ଅସଫଳ ହୋଇ ଫେରିଥିଲେ ପୂର୍ଣ୍ଣିମା । ସୂଚନା ମୁତାବକ, ଐଶ୍ୱର୍ଯ୍ୟାଙ୍କ ମା’ ରାବଡି ଦେବୀଙ୍କ ଘରୁ କାନ୍ଦି କାନ୍ଦି ବାହାରକୁ ବାହରିଥିଲେ । ଏହି ପାରିବାରିକ କଳହ ମଧ୍ୟରେ ରାବଡି ଦେବୀ ଶନିବାର ଦିନ ବିହାରରୁ ଦିଲ୍ଲୀ ପାଇଁ ବାହରିଥିଲେ । ଆଇଆରସିଟିସି ଟେଣ୍ଡର ଦୁର୍ନୀତି ମାମଲାରେ ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ଅଛି । ତେବେ ଦିଲ୍ଲୀ ଯାଇ ରାବଡି ଦେବୀ ତେଜପ୍ରତାପଙ୍କୁ ବୁଝାଇବାକୁ ଚେଷ୍ଟା କରିବେ ।

ସେଇଠି ତେଜପ୍ରତାପ ତାଙ୍କ ପରିବାରର ମନୋବୃତ୍ତି ରୁ ଦୁଃଖରେ ଅଛନ୍ତି । ତାଙ୍କର ଅଭିଯୋଗ ଅଛି କି, ତାଙ୍କ ପରିବାର ଏହି ଛାଡପତ୍ର ମାମଲାରେ ଐଶ୍ୱର୍ଯ୍ୟା ସହିତ ଛିଡା ହୋଇଛି । ଏହା ହିଁ ଏକମାତ୍ର କାରଣ ତେଜପ୍ରତାପ ଘରକୁ ନଯାଇ ବାରାଣାସୀ, ମଥୁରା, ବୃନ୍ଦାବନ ଆଦି ସ୍ଥାନରେ ବୁଲୁଛନ୍ତି ।