ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିଲେ ବୋହୂ : ଜନ୍ମକଲା ମା’ ମନା କରିଦେଲା, କିଡ଼ନୀ ଦେଇ ଜୀବନ ବଞ୍ଚାଇଲେ ଶାଶୁ

123

ସାଧାରଣତଃ ଶାଶୁ-ବୋହୂର ସମ୍ପର୍କ କଥା ଆସିଲେ ଗୋଟିଏ ନକରାତ୍ମକ ଚିତ୍ର ଆଖି ଆଗକୁ ଚାଲିଆସେ । ପ୍ରାୟ ସବୁ ସମୟରେ ଶାଶୁ ବୋହୂଙ୍କ ଝଗଡ଼ା ଖବର ଶୁଣିବା ପାଇଁ ମିଳେ । କେତେବେଳେ ଶାଶୁ ବୋହୂକୁ ଯୌତୁକ ନିର୍ଯାତନା ଦେବାର ଖବର ଆସେ ତ ଆଉ କେତେବେଳେ ବୋହୁ ବୁଢ଼ୀ ଶାଶୁକୁ ମାଡ଼ ମାରିବାର ଖବର ଆସେ । ତେବେ ସବୁ ଶାଶୁ-ବୋହୂ ସମ୍ପର୍କ ଏପରି ନଥାଏ । କିଛି ଲୋକ ଏ ସମ୍ପର୍କରୁ ଉର୍ଦ୍ଧ୍ୱରେ ଯାଇ ଉଦାହରଣ ସୃଷ୍ଟି କରିବ । ସହ ସମାଜ ପାଇଁ ନୂଆ ବାର୍ତ୍ତା ଦିଅନ୍ତି । ଏପରି ଘଟଣା ଘଟିିଛି ରାଜସ୍ଥାନ ଜୟପୁର ସହରରେ । ଜଣେ ଶାଶୁ ନିଜ ବୋହୂର ଜୀବନ ବଞ୍ଚାଇବା ପାଇଁ ନିଜର କିଡ଼ନୀ ଦେଇଦେଇଛନ୍ତି ।

ଜୟପୁର ସହରର ବାଡ଼ମେରର ଗାନ୍ଧୀନଗର ନିବାସୀ ଗେନୀ ଦେବୀ ନିଜ ବୋହୂ ସୋନିକାଙ୍କ ଜୀବନ ବଂଚାଇବା ପାଇଁ ନିଜ ସହମତିରେ ତାଙ୍କର ଏକ କିଡ଼ିନୀ ପ୍ରଦାନ କରିଛନ୍ତି । ଆଉ ଗୋଟିଏ ବଡ଼ କଥା ହେଲା ସୋନିକାଙ୍କୁ କିଡ଼ନୀ ଦେବା ପାଇଁ ତାଙ୍କନିଜ ମା’ ମନାକରିଦେଇଥିଲେ । ଆଉ ଶାଶୁ ହୋଇ ମଧ୍ୟ ବୋହୂ ପାଇଁ ଏପରି କରି ସମାଜକୁ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରୁଛନ୍ତି ଗେନୀ ଦେବୀ ।

ସୋନିକା ଏକ ବର୍ଷ ଧରି ଔଷଧ ବଳରେ ବଂଚିରହିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଡାକ୍ତର କହିଲେ ତାଙ୍କ କିଡ଼ନୀ ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ଆଉ ଏଥିପାଇଁ ତୁରନ୍ତ କିଡ଼ନୀ ଦରକାର, ନହେଲେ ସେ ଆଉ ଜୀବିତ ରହିବେ ନାହିଁ । ପ୍ରଥମେ ସୋନିକା କିଡ଼ନୀ ପାଇଁ ନିଜ ମା’ଙ୍କୁ କହିଥିଲେ । କିନ୍ତୁ ସେ ମନାକରିଦେଇିଲେ । ହେଲେ ଶାଶୁ ତାଙ୍କୁ କିଡ଼ନୀ ସେଇ ତାଙ୍କର ଜୀବନ ବଂଚାଇଥିଲେ । ସୋନିକାଙ୍କ କହିବା ଅନୁସାରେ ତାଙ୍କ ଶାଶୁ ତାଙ୍କ ପାଇଁ ଭଗବାନ୍ ସଦୃଶ । ସେ ତାଙ୍କୁ ନୂଆ ଜୀବନ ଦେଉଛନ୍ତି ।