ଜ୍ୱାଇଁର ଏସିଡ୍ ମାଡରେ ଶାଶୁ ଗୁରୁତର ! ୧୪ ମାସର ଝିଅକୁ ବି ପକାଇଲା ଏସିଡ୍

74

କନକ ବ୍ୟୁରୋ : ଜ୍ୱାଇଁର ଏସିଡ୍ ମାଡରେ ଶାଶୁ ଗୁରୁତର । ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ଭାଲିଆପାଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାଇଲୋ ଗ୍ରାମପଂଚାୟତ ଭାଲିଆପାଟଣା ଗାଁର ଶାନ୍ତିଲତା ସାମଲଙ୍କ ଉପରକୁ ତାଙ୍କ ଜ୍ୱାଇଁ ମାନସ ରଞ୍ଜନ ସ୍ୱାଇଁ ଏସିଡ୍ ଫିଙ୍ଗି ଫେରାର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମାନସ ସ୍ୱାଇଁ ନିଜ ୧୪ ମାସର ଝିଅକୁ ମଧ୍ୟ ଏସିଡ୍ ପକାଇଥିବା ସୂଚନା ମିଳିଛି । ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁରୁତର ଶାନ୍ତିଲତା ଓ ନାତୁଣୀ ଆୟେଶାଙ୍କୁ ପ୍ରଥମେ ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାଯୋଗ୍ୟ ଭାଲିଆ ପାଟଣା ଗାଁର ବନମାଳି ସାମଲଙ୍କ ଝିଅ ସ୍ୱର୍ଣ୍ଣପ୍ରଭା ସାମଲ ଓରଫ ଦୀପା ୨୦୧୫ ମସିହାରେ କାକଟପୁର ଥାନା ବଡ ଓଲଙ୍ଗ ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁଙ୍କ ପୁଅ ମାନସ କୁମାର ସ୍ୱାଇଁଙ୍କୁ ବିବାହ କରିଥିଲେ । ବିବାହ ପରେ ଦୀପା ଓ ମାନସଙ୍କ ମଧ୍ୟରେ ବିବାଦ ଯୋଗୁଁ ୨ ବର୍ଷ ହେବ ଶାଶୁଘର ଛାଡି ଦୀପା ବାପ ଘର ଭାଲିଆ ପାଟଣାରେ ରହୁଥିଲେ । ଏବଂ ବିବାଦ ସଂପର୍କରେ ପରିବାର ଅଦାଲତରେ ମାମଲା •ଲିଥିବା ବେଳେ ଆଜି ହଠାତ୍ ଦୀପାର ସ୍ୱାମୀ ମାନସ ଲୁଚି ଲୁଚି ଆସି ଶଶୁର ଘର ଛାତ ଉପରୁ ଶାଶୁ ଶାନ୍ତି ଲତା ଓ ଝିଅ ଆୟାସା ଉପରକୁ ଏସିଡ୍ ପକାଇଥିବା ବେଳେ ସ୍ତ୍ରୀ ଦୀପା ଏସିଡ୍ ମାଡରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

acid-attack

ଏସିଡ୍ ପକାଇ ମାନସ ଫେରାର ହୋଇଯାଇଥିବା ବେଳେ ଏସିଡ୍ ମାଡରେ ଛଟପଟ ଶାନ୍ତି ଲାତା ଓ ନାତୁଣୀ ଆୟାସାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମଣିଜଙ୍ଗା ଓ ପରେ ଚିକିତ୍ସା ପାଇଁ କଟକ ପଠାଯାଇଥିଲା । ଏସିଡି ମାଡରେ ଶାନ୍ତିଲତାଙ୍କ ଶରୀରର ୬୦ ଭାଗ ଗୁରୁତର ଆହାତ ହୋଇଥିବା ବେଳେ ନାତୁଣୀ ସାମାନ୍ୟ ଆହାତ ହୋଇଥିବାର ଜାଣାଯାଇଛି । ଏ ବାବଦରେ ତିର୍ତ୍ତୋଲ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ତିର୍ତ୍ତୋଲ ଏସଡିପିଓ , ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ଅନୁସଂନ୍ଧାନ ଚଳାଇଛନ୍ତି । ମାନସ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ବୋଲି ପୋଲିସ କହିଛି ।