ଅଜବ ମା’ ! ନିଜ ୬ ମାସର ଶିଶୁକୁ ପିଆଉଥିଲେ ମଦ।

35

ଯାହାର ମା ନାହିଁ ତାର କେହି ନାହିଁ । ଏମିତି ଏକ ଆପ୍ତ ବାକ୍ୟ ଶୁଣିବାକୁ ମିଳେ ଲୋକଙ୍କ ଭିତରେ । ମା’ଟିଏ ନିଜ ଔରସ ଜାର ସନ୍ତାନର ଯେମିତି ସେବା ଯତ୍ନ କରିଥାଏ । ତାର ସ୍ଥାନ କେହି ନେଇ ପାରିବେ ନାହିଁ । ନିଜେ ନଖାଇ ସେ ପିଲାର ଭୋକିଲା ପେଟକୁ ପ୍ରଥମେ ଦେଖିଥାଏ । ସନ୍ତାନ ପାଇଁ ନିଜ ଜୀବନକୁ ବି ବାଜି ଲଗେଇଦିଏ ମା’ଟିଏ । ଏଣୁ ମା’ ଓ ସନ୍ତାନର ସଂପର୍କକୁ ବର୍ଣ୍ଣନା କରିବା ଏତେ ସହ ନୁହେଁ । ହେଲେ ଏବେ ଏମିତି ଏକ ମା’ ବିଷୟରେ ଆପଣ ଜାଣି ଆଶ୍ଚର୍ୟ୍ୟ ହୋଇଯିବେ ।

ଆମେରିକାର ଜଣେ ମହିଳା ତାର ଜନ୍ମିତ ୬ ସପ୍ତାହର ଶିଶୁକୁ ଦୈନିକ ପିଆଉଥିଲେ ମଦ । ଏ ଖବର ଏବେ ଚର୍ଚ୍ଚାର ବିଷୟ ସାଜିଛି । ସ୍ୱାମୀ ସହ ସିକାଗୋରେ ରହୁଥିବା ଏହି ମହିଳା ଜଣକ ଅଜାଣତରେ ନିଜ ଶିଶୁକୁ ଦୁଗ୍ଧ ସ୍ଥାନରେ ମଦ ନିତି ପିଆଉଥିଲେ । ତଥ୍ୟ ଅନୁସାରେ ମହିଳାଙ୍କ ସ୍ୱାମୀ ଲୁଚାଇ ଶିଶୁର ବୋତଲରେ ମଦ ପୁରାଇ ରଖୁଥିଲେ । ପତ୍ନୀଙ୍କ ଠାରୁ ମଦ ଲୁଚାଇବା ପାଇଁ ମହିଳାଙ୍କର ସ୍ୱାମୀ ଏମିତି କରୁଥିଲେ । ଏହା ମହିଳା ଜଣକ ଜାଣିନଥିଲେ । ପ୍ରତିଦିନ ସେ ନିଜ ଶିଶୁକୁ ଦୁଗ୍ଧ ଭାବି ମଦ ପିଆଉଥିଲେ । ପିଲାଟିର ଅଲଗା ପ୍ରକାର ବ୍ୟବହାର ଦେଖି ମହିଳା ଜଣକ ତାକୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ଟେଷ୍ଟ ରିପୋର୍ଟରେ ଆଲକୋହଲିକର ମାତ୍ରା ଅଧିକ ଥିବାର ଜଣାପଡିଥିଲା। ଡାକ୍ତରମାନେ ଏତେ ଛୋଟ ପିଲାର ଏପରି ଅବସ୍ଥା ଦେଖି ଚକିତ ହୋଇଯାଇଥିଲେ । ପରେ ଏହା ଜଣାପଡିଥିଲା ଯେ ସ୍ୱାମୀର ଏହି ଭୁଲ୍ ଯୋଗୁଁ ସ୍ତ୍ରୀ ନିତି ପିଲାକୁ ମଦ ପିଆଉଥିଲେ ।