ପୁଣି ଜନନୀ ଯନ୍ତ୍ରଣା : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଜଙ୍ଗଲରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ପ୍ରସୂତି । ବାରମ୍ବାର ଫୋନ ସତ୍ୱେ ୧୦୨ ଆମ୍ବୁଲାନ୍ସ ନଆସିବା ଅଭିଯୋଗ

30

କନକ ବ୍ୟୁରୋ : ପୁଣି ସାମନାକୁ ଆସିଲା ଜନନୀ ଯନ୍ତ୍ରଣାର ଆଉ ଏକ କରୁଣ କାହାଣୀ । ଜଙ୍ଗଲ ମଝିରେ ସର୍ବ ସମ୍ମୁଖରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲା ମା’ । କନ୍ଧମାଳ ଜିଲ୍ଲାରୁ ଆସିଛି ଏହି ଲଜ୍ୟାକର ଖବର । ସୂଚନା ଅନୁଯାୟୀ ଫିରିଙ୍ଗିଆ ସଲାଗୁଡା ପଂଚାୟତର ମୁଣ୍ଡାସାହିଗ୍ରାମର ପଙ୍କଜିନି କଅଁରଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରି ଡାକିଥିଲେ । ତେବେ ବାରମ୍ବାର ଫୋନ୍ କରିବା ସତ୍ୱେ ମଧ୍ୟ ଆସିନଥିଲା ଆମ୍ବୁଲାନ୍ସ । ଶେଷରେ ସ୍ୱାମୀ , ଶାଶୁ ଓ ନଣନ୍ଦଙ୍କ ସହ ଜଙ୍ଗଲ ଭିତର ରାସ୍ତା ଦେଇ ଚାଲି ଚାଲି ଫିରିଙ୍ଗିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ବାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପରେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବାରୁ ୨ଘଂଟା ବିଳମ୍ବରେ ପହଂଚି ମା’ ଓ ଝିଅଙ୍କୁ ଫିରିଙ୍ଗିଆ ମେଡିକାଲକୁ ଆଣିଥିଲା ।