ଜନ୍ମ ହେବା କ୍ଷଣି ମାଆକୁ ଘାରିଲା ଝିଅର ବିବାହ ଚିନ୍ତା, ନବଜାତ ଶିଶୁର ଦୁଇଟି ଆଙ୍ଗୁଳି କାଟିଦେଲା ମାଆ

212

ଡ଼ିସେମ୍ବର ୨୨ରେ ଇନ୍ଦୋରରେ ଥିବା ସୁନ୍ଦରଦେବ ଗାଁରେ ଜଣେ ମହିଳା ବିବାହ କଥା ଚିନ୍ତା କରି ଝିଅର ଦୁଇ ହାତରେ ଥିବା ୬ନମ୍ବର ଆଙ୍ଗୁଠିକୁ କାଟିଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜନ୍ମ କଲା ମା’ର ଏଭଳି କାମ ପାଇଁ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ମା’ର କହିବା ଅନୁଯାୟୀ, “୬ ଆଙ୍ଗୁଳି ବିଶିଷ୍ଟ ଝିଅକୁ କେହି ବିବାହ କରିବେ ନାହିଁ ବୋଲି ଭାବି ମୁଁ ଏପରି କରିଥିଲି । କିନ୍ତୁ ମୁଁ ଜାଣି ନଥିଲି ଏଭଳି କରିବା ଦ୍ୱାରା ତା’ର ମୃତ୍ୟୁ ହୋଇଯିବ ।“ ବ୍ଲେଡରେ ମୁଁ ତା’ ଆଙ୍ଗୁଳି କାଟିବାର ୬ ଘଣ୍ଟା ପରେ ତା’ର ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି ।

ନବଜାତ କନ୍ୟାର ମୃତ୍ୟୁ ପରେ ଏବେ ସେ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି । ଡ଼ିସେମ୍ବର ୨୨ରେ ଏହି ଘଟଣା ଘଟିଥିବା ବେଳେ ସମ୍ବାଦପତ୍ରରେ ଏହି ଖବର ପ୍ରକାଶ ପାଇବା ପରେ ଶୁକ୍ରବାର ଏହା ଲୋକଲୋଚନକୁ ଆସିଥିଲା । ଏହା ପରେ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଆଶା କର୍ମୀଙ୍କୁ ନୋଟିସ୍ ଦେଇ ଏ ନେଇ ଜବାବ୍ ମାଗିଥିବା ଜଣାପଡ଼ିଛି ।