ପୁରୀ : ମା ପାଲଟିଲା ପିଶାଚିନୀ ! ପରକୀୟା ପ୍ରୀତିକୁ ନେଇ ନାବାଳିକା ଝିଅକୁ ମା ଓ ତା ପ୍ରେମିକର ଶାରିରୀକ ନିର୍ଯାତନା ଅଭିଯୋଗ

73

କନକ ବ୍ୟୁରୋ : ମା’ ସାଜିଲା ପିଶାଚୁଣୀ । ବିଧବା ମା’ ଅନୈତିକ ସମ୍ପର୍କ ବାବଦରେ ଜାଣି ଯିବାରୁ ନାବାଳିକା ଝିଅକୁ ସହିବାକୁ ପଡିଛି ନିର୍ଯାତନା । ପରିସ୍ଥିତି ଏପରି ହୋଇଛି ଯେ, ଝିଅକୁ ଜୀବନରୁ ମାରିବା ପାଇଁ ଛାତରୁ ଠେଲିବା ଭଳି ଉଦ୍ୟମ କରିବାକୁ ପଛାଇ ନାହିଁ ପିଶାଚୁଣୀ ମା’ । ଅଭିଯୋଗ ଅନୁସାରେ, ମା ଓ ତାଙ୍କ ପ୍ରେମିକ ନାବାଳିକାଙ୍କୁ ଉଭୟ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ପୁରୀ ଜିଲ୍ଲା ଟାଉନ ଥାନା ହାଡଗଡିଆ ସାହି ରାଧାଗୋବିନ୍ଦ ଲେନରୁ ନାବାଳିକାକୁ ଚାଇଲ୍ଡ ହ୍ଲେପ ଲାଇନ୍ ପକ୍ଷରୁ ଉଦ୍ଧାର କରାଯିବା ପରେ ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ପଡୋଶୀଙ୍କ ସହାୟତାରେ ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ଡାକ୍ତରଖାନାରେ ଭର୍ତି କରିଛି ଚାଇଲ୍ଡ ଲାଇନ । ନାବାଳିକାକୁ କାଉନସେଲିଂ କରିବା ପରେ ମା’ର ଏଭଳି ନାରକୀୟ କାଣ୍ଡ ବାବଦରେ ସୂଚନା ଦେଇଛନ୍ତି ଶିଶୁ ସୁରକ୍ଷା କର୍ମୀ । ନାବାଳିକା ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଖୁବ୍ଶୀଘ୍ର ନାବାଳିକା ମା’ଙ୍କ ବିରୋଧରେ ପୁରୀ ଟାଉନ ଥାନାରେ ଏତଲା ଦିଆଯିବ ।