କନ୍ଧମାଳ ବାଲିଗୁଡାରେ ବଡ ଧରଣର ଅଘଟଣ : ମା’ ସହ ଜୀଅନ୍ତା ଜଳିଗଲେ ୨ ଶିଶୁ

137

କନକ ବ୍ୟୁରୋ : କନ୍ଧମାଳ ବାଲିଗୁଡାରେ ବଡ ଧରଣର ଅଘଟଣ । ନିଆଁ ଲାଗି ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ନିଆଁରେ ଜଳି ହୋଇ ମା ସହ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଦୁଇ ଜଣ ଶିଶୁ ମଧ୍ୟରେ ଜଣେ ୯ମାସର ହୋଇଥିବା ବେଳେ ଆଉ ଜଣେ ୩ବର୍ଷର ଝିଅ ଥିଲେ । ତେବେ ମା ସହ ଦୁଇ ଝିଅ ଜଳିଯାଇଛନ୍ତି । ମୃତ୍ୟୁବରଣ କରିଥିବା ମହିଳାଙ୍କ ନାମ ୨୬ବର୍ଷିଆ ଝୁଲିମା ପ୍ରଧାନ ଓ ତାଙ୍କ ୩ବର୍ଷର ବଡ଼ ଝିଅ ସୋନାଲି ପ୍ରଧାନ ଓ ୯ମାସର ସାନ ଝିଅ ରୁପାଲି ବୋଲି ଜଣାପଡ଼ିଛି । ଅଗିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ସକାଳ ୮ଟାରେ ଝୁଲିମାଙ୍କ ଶାଶୁ କବାଟ ଖୋଲି ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ପାଇଥିଲେ । ଏହି ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଲକ୍ଷ୍ମଣ ସେଠି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହିତ ମୃତ ଝୁଲିମାଙ୍କ ସ୍ୱାମୀ ବିମଳ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଏଭଳି ଘଟଣା କେମିତି ଘଟିଲା ତାହା ରିପୋର୍ଟ ଲେଖାହେଲା ପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ପୁଲିସ ତଦନ୍ତ ରିପୋର୍ଟ ଆସିଲା ପରେ ପରେ ପ୍ରକୃତ ସତ କ’ଣ ତାହା ସାମ୍ନାକୁ ଆସିବ ।