ନିଷିଦ୍ଧ ସଂପର୍କର କାହାଣୀ ! ପୁଅକୁ ବିବାହ କରିବାକୁ ମା’ର ଜିଦ୍

182

ପୁଅର ପ୍ରେମରେ ମା’ । ନିଜ ଜନ୍ମ କଲା ପୁଅକୁ ବିବାହ କରିବାକୁ କିଛି ବି କରିଯିବାକୁ ରାଜି ଜଣେ ମା’ । ଏପରିକି ନିଜର ପାପ ସଂପର୍କ ପାଇଁ ଉଭୟ ଗିରଫ ହୋଇ ଜେଲରେ ରହିବା ପରେ ମଧ୍ୟ ପରସ୍ପରଠାରୁ ଅଲଗା ହେବେନି ବୋଲି ସର୍ବସମ୍ମୁଖରେ କରିଛନ୍ତି ଘୋଷଣା । ଏଭଳି ଏକ ଲଜ୍ଜାଜନକ ଘଟଣାୟ ଘଟିଛି ନିଉ ମେକ୍ସିକୋରେ ।

ଡେଲି ଭାସ୍କରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୋନିକାଙ୍କୁ ଯେତେବେଳେ ୧୬ ବର୍ଷ ହୋଇଥିଲା ସେତେବେଳେ ସେ ପୁଅ କାଲେବ୍ ପିଟରସନଙ୍କୁ ଜନ୍ମ ଦେଇଥିଲେ । ଏହା ପରେ ପିଟରସନଙ୍କୁ ଜଣେ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ତେବେ ଦୀର୍ଘ ୧୮ ବର୍ଷ ପରେ ପୁଣି ମା’ ମୋନିକା ଏବଂ ପୁଅ ପିଟରସନ ଏକାଠି ହୋଇଥିଲେ । ହେଲେ ଏଥର କିନ୍ତୁ ତାଙ୍କ ସଂପର୍କ ମା’ ପୁଅର ନଥିଲା । ବରଂ ଏହି ସଂପର୍କରେ ଆସିଯାଇଥିଲା କାମନା ଏବଂ ବାସନା । ଆଉ ଏକାଠି ହେବା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଶାରୀରିକ ସଂପର୍କ ।

ଉଭୟଙ୍କ ଏପରି ଆଚରଣରେ ପାଖ ପଡୋଶୀ ଏନେଇ ପୁଲିସରେ ଅଭିଯୋଗ କରିଥିଲେ । ତେବେ ଗିରଫ ହେବା ପରେ କୋର୍ଟଙ୍କ ନିର୍ଦେଶ ଥିଲା ଯେ ଉଭୟ ପରସ୍ପରଠାରୁ ଅଲଗା ରହିବେ । କିନ୍ତୁ କୋର୍ଟର ନିର୍ଦେଶକୁ ବେଖାତିର୍ କରି ଉଭୟ ପୁଣି ଏକାଠି ରହିବାକୁ ସର୍ବସମ୍ମୁଖରେ ଘୋଷଣା ମଧ୍ୟ କରିଛନ୍ତି । ସେପଟେ ମୋନିକା ୮ଟି ସନ୍ତାନ ଅଛନ୍ତି । ଆଉ ସମସ୍ତେ ପିଟରସନଙ୍କୁ ବାପା ବୋଲି ଡାକୁଛନ୍ତି ।