ଡନ୍ ହାତରେ ହାତକଡ଼ି ! ବଲାଙ୍ଗିର ପୁଲିସ୍ କବଜାରେ ଜମି ମାଫିଆ ଟିମନ କୁମ୍ଭାର

31

କନକ ବ୍ୟୁରୋ : ବଲାଙ୍ଗିର ପୋଲିସ କବଜାରେ ଜମି ମାଫିଆ । କୁଖ୍ୟାତ ଡନ୍ ଟିମାନ କୁମ୍ଭାରକୁ ଗିରଫ କଲା ବଲାଙ୍ଗିର ଟାଉନଥାନା ପୋଲିସ । ଜମିଜମା କାରବାରକୁ ନେଇ ଦୁଇଜଣଙ୍କୁ ଦାଦା ବଟି ମାଗିବା ଅଭିଯୋଗରେ ଆଜି ତାକୁ ପୋଲିସ ଉଠାଇ ନେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଗତ ଦିନର ଟିମ୍ ଲିଡର ଗୁରୁଜୀ ଓରଫ କ୍ଷୀରୋଦ୍ର ମିଶ୍ରଙ୍କ ଅଭିଯୋଗ ଆଧାରରେ ଟିମନକୁ ଗିରଫ କରିଛି ପୋଲିସ । ପୂର୍ବରୁ ଗୁରୁଜୀଙ୍କ ଇସାରାରେ ବଲାଙ୍ଗିରରେ ଦାଦାଗିରି କରୁଥିଲା ଟିମନ୍ ।

ଦୁହେଁ ଭିନ୍ନଭିନ୍ନ ଅପରାଧିକ ମାମଲାରେ ଜେଲ ଯାଇସାରିଛନ୍ତି । ଏକ ସ୍କୁଲ ଜମି ବାବଦରେ କ୍ଷୀରୋଦ୍ରଙ୍କଠାରୁ ଦେଢଲକ୍ଷ ଟଙ୍କା ଦାବା ବଟି ଦାବି କରୁଥିଲା ଟିମନ୍ । ସେହିପରି ଅନ୍ୟଜଣେ ପ୍ଲଟ ବ୍ୟବସାୟୀ ପୀୟୁଷ ଅଗ୍ରୱାଲଙ୍କୁ ୧୫ରୁ ୨୦ ଲକ୍ଷ ଟଙ୍କା ଦାଦା ବଟି ଦେବାକୁ ଧମକ ଚମକ ଦେଉଥିଲା ଟିମନ୍ । ଦୁଇଟି ଅଭିଯୋଗ ଆଧାରରେ ଟିମନକୁ ପୋଲିସ ଗିରଫ କରିବା ସହ ତା ବିରୋଧରେ ଆପିସିର ଧାରା ୫୦୬ ଅର୍ଥାତ ଅପରାଧ ଉଦ୍ଦେଶ୍ୟ ରଖି ଧମକ ଚମକ ଦେବା ଓ ୩୮୬ ଅର୍ଥାତ ଦାଦା ବଟି ମାଗିବା ଆଦି ଦଫା ଲଗାଇଛି ।