ଶିବା ଏନକାଉଂଟର ପରେ ଖୋଲିଲା ଗୁମର ! ବ୍ୟାଙ୍କରୁ ମୋଟା ଟଙ୍କା ଉଠାଉଥିବା ଗ୍ରାହକ ଓ ସୁନା ଚେନ୍ ପିନ୍ଧା ମହିଳାଙ୍କୁ କରୁଥିଲା ଟାର୍ଗେଟ୍

40

କନକ ବ୍ୟୁରୋ : ପୁଲିସ୍ କବଜାରେ ମୋଷ୍ଟ ୱାଂଟେଡ୍ ଶିବା । ଗଞ୍ଜାମର ଏହି ଦୁର୍ଦାନ୍ତ ଅପରାଧୀ ଶିବାକୁ ଏନକାଉଂଟର କରିଛି କମିଶନରେଟ ପୁଲିସ୍ । ଛିନତାଇ ଓ ଏଟିଏମ ଆଗରୁ ଟଙ୍କା ଲୁଟରେ ମାହିର ଥିଲା ଶିବା । ତା ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି । ଏକା ସାଂଗରେ ଶିବା ଏକାଧିକ ଗ୍ୟାଂଗ ଚଳାଉଥିବା ପୁଲିସ କହିଛି ।

ପୁଲିସ ଗୁଳିରେ ଘାଇଲା ହେବା ପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ହାଇ ପ୍ରୋଫାଇଲ କ୍ରିମିନାଲର ଅପରାଧ ତାଲିକା ମଧ୍ୟ ବେଶ୍ ଲମ୍ବା । କମଶନରେଟ ପୁଲିସ୍ ସହ ରାଜ୍ୟର ୮ଟି ଜିଲ୍ଲା ପୁଲିସର ତାଲିକାର ନମ୍ବର ୧ ଲିଷ୍ଟରେ ଥିଲା ଶିବା ।

ଶିବାର ଟାର୍ଗେଟରେ ଥିଲେ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଗ୍ରାହକ ଓ ସୁନା ପିନ୍ଧା ମହିଳା । ଶିବା ଅପରେଟ୍ କରୁଥିବା ସହର ଗୁଡିକରେ ବ୍ୟାଙ୍କ ଖୋଲିବା ମାତ୍ରେ, ତାର ଗ୍ୟାଙ୍ଗ ବ୍ୟାଙ୍କ ଭିତରେ ଥିବା ଗ୍ରାହକଙ୍କ ଉପରେ ନଜର ରଖିଥାନ୍ତି । ଆଉ ଗ୍ରାହକ ଜଣକ ମୋଟା ଟଙ୍କା ଉଠାଇ ବାହାରକୁ ଆସିବା ମାତ୍ରେ, ୪ରୁ ୫ ଜଣ ଯୁବକ ବନ୍ଧୁକ ଧରି ତାଙ୍କୁ ଘେରିଯାନ୍ତି । ଆଉ କିଛି କଥାବାର୍ତ୍ତା ପୁର୍ବରୁ ଜୋର ଜବରଦସ୍ତ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରନ୍ତି ।
ସେହିପରି ସୁନା ପିନ୍ଧା ମହିଳାଙ୍କୁ ଦେଖିବା ମାତ୍ର ସିଭାର ଗ୍ୟାଙ୍ଗ ସକ୍ରିୟ ହୋଇଯାଏ । ଓଡିଶାର ପ୍ରାୟ ୧୦ଟି ସହରରେ ସିବାର ଗ୍ୟାଙ୍ଗ ସୁନା ଚେନ୍ ଲୁଟ କରିବାରେ ଧୁରନ୍ଧର । ଏହି ଗ୍ୟାଙ୍ଗରେ ଥାନ୍ତି ସ୍ଥାନ ଓ ସୁନାଚେନ୍ ପିନ୍ଧି ବାହାରକୁ ଯାଉଥିବା ମହିଳା ବିଷୟରେ ସୂଚନା ଦେଉଥିବା ଗ୍ୟାଙ୍ଗ ଶଦସ୍ୟ ଓ ଲୁଟ୍ କରିବାରେ ଦକ୍ଷ ଶଦସ୍ୟ । ହଠାତ୍ ଜଣେ କିମ୍ବା ୨ଜଣ ମହିଳା ସୁନା ପିନ୍ଧି ଯାଉଥିବା ବେଳେ, ଟାର୍ଗେଟ କରନ୍ତି ଏହି ଗ୍ୟାଙ୍ଗ ସଦସ୍ୟ । ଏବଂ ଆଖି ପିଛୁଳାକେ ସ୍ପିଡ୍ ବାଇକରେ ଆସି ଚେନ୍ ଛିଣ୍ଡାଇ ଉଭାନ୍ ହୋଇଯାନ୍ତି ।