ମୋଷ୍ଟ ୱାଟେଂଡ୍ ଲୁଟେରା ପ୍ରଶାନ୍ତ କରାଡ ଗିରଫ : ୬୦ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲାରେ ରହିଛି ସଂପୃକ୍ତି

19

କନକ ବ୍ୟୁରୋ : ମୋଷ୍ଟ ୱାଟେଂଡ୍ ଲୁଟେରା ପ୍ରଶାନ୍ତ କରାଡ ଗିରଫ ହୋଇଛି । ଓଡିଶା ଓ ତେଲେଙ୍ଗାନାର ମୋଷ୍ଟ ୱଣ୍ଟେଡ୍ ପ୍ରଶାନ୍ତକୁ ତେଲେଙ୍ଗାନ ପୁଲିସ ଗିରଫ କରିଛି । ପ୍ରଶାନ୍ତ ନିକଟରୁ ୫କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୁଲିସ ।

ଗତକାଲି ତାକୁ ତେଲେଙ୍ଗାନା ପୁଲିସ ଗିରଫ କରିଥିବାବେଳେ ଆଜି ବ୍ରହ୍ମପୁର ସ୍ଥିତ ନିଜ ଘରକୁ ଆଣିଥିଲା ପୁଲିସ। ଏହି ସମୟରେ ପ୍ରଶାନ୍ତ ଘରୁ ନଗଦ ୪୩ହଜାର ଟଙ୍କା ଜବତ କରିଛି ପୁଲିସ । ପ୍ରଶାନ୍ତ ନାଁରେ ଡକାୟତି ସହ ୬୦ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି। ପ୍ରଶାନ୍ତ ହାଇଦ୍ରାବାଦର ବଡ ବଡ ଡକାୟତିରେ ସମ୍ପୃକ୍ତ ଥିବାର ସୂଚନା ମିଳିଛି । ପ୍ରଶାନ୍ତ ନାଁରେ ଗଞ୍ଜାମ ଅଂଚଳରେ ୨୦୦୨ରେ ହୋଇଥିବା ହୋମଗାର୍ଡ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ଅଭିଯୋଗ ରହିଛି।