ଆଜି ନଜରବନ୍ଦୀରୁ ମୁକ୍ତ ହେବ ମୋଷ୍ଟ ୱାଂଟେଡ ଆତଙ୍କବାଦୀ ହାଫିଜ ସଇଦ । ଭିଡିଓ ଜାରି କରି ଦେଲା ଧମକ । ଭାରତ ମୋର କିଛି କରିପାରିବ ନାହିଁ
କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ହମଲାର ନଅ ବର୍ଷପୂର୍ତିର ୪ ଦିନ ଆଗରୁ ମୁକ୍ତ ହେବ ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ । ଲାହୋର କୋର୍ଟ ତୁରନ୍ତ ଜମାତ ଉଦ ଦାଓକ୍ୱାର ମୁଖିଆ ହାଫିଜ ସୟିଦକୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସେ ଆଜି ୧୦ ମାସ ପରେ ଗୃହବନ୍ଦୀରୁ ଖଲାସ ହେବ ବୋଲି ସୂଚନା ମିଳିଛି । ଗୃହବନ୍ଦୀରୁ ଖଲାସ ସୂଚନା ମିଳିବା ପରେ ହାଫିଜ ଏକ ଭିଡିଓ ଜାରି କରି କଶ୍ମୀର ପ୍ରସଙ୍ଗ ଉଠାଇଛି ହାଫିଜ । ଭିଡିଓରେ ସେ କହିଛି ମୋର ମୁକୁଳିବା ଘଟଣା ଭାରତ ପାଇଁ ଶକ୍ତ ଝଟକା ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେତେ ଚେଷ୍ଟା କଲେ ମଧ୍ୟ ଭାରତ ମୋର କିଛି ବିଗାଡି ପାରିବ ନାହିଁ, ଆଉ ଖୁବ ଶୀଘ୍ର କାଶ୍ମୀର ସ୍ୱାଧୀନ ହେବ ବୋଲି କହିଛି ହାଫିଜ ସୟିଦ । କଶ୍ମୀରର ସ୍ୱାଧୀନତା ଲଢେଇ କରୁଥିବାରୁ ଭାରତ ପଛରେ ପଡିିଛି । ଏହା ପାକିସ୍ତାନର ବିଜୟ ବୋଲି ହାଫିଜ କହିଛି । ପାକିସ୍ତାନ ସରକାର କୋର୍ଟରେ ହାପିଜ ବିରୋଧରେ ବଳିଷ୍ଠ ପ୍ରମାଣ ନଦେବା ଓ ବେପରୁଆ ଭାବେ ଦଲିଲ ଉପସ୍ଥାପନା କରିଥିଲେ । ବୁଧବାର ଜୁଡିସିଆଲ ରିଭ୍ୟୁ ବୋର୍ଡ ହାଫିଜ ବିରୋଧରେ ଦାଖଲ ପ୍ରମାଣ ଓ ଦଲିଲ ତାକୁ ଗୃହବନ୍ଦୀ କରି ରଖିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କହିଥିଲେ । ପାକିସ୍ତାନ ସରକାର ଅନ୍ୟ କୌଣସି ମାମଲାରେ ହାଫିଜ ସୟିଦକୁ ନ ଛନ୍ଦିଲେ, ସେ ଆଜି ମୁକ୍ତ ହେବା ନିଶ୍ଚିତ ।
ଗୋଇନ୍ଦା ସୂଚନା ଆଧାରରେ ପାକିସ୍ତାନ ସରକାର ହାଫିଜକୁ ଗତ ଜାନୁୟାରୀରେ ବହୁ ଅପରାଧ ମାମଲାରେ ଗୃହବନ୍ଦୀ କରି ରଖିଥିଲେ । ତେଣୁ ପଂଜାବ ସରକାର ଅନ୍ୟ ମାମଲାରେ ହାଫିଜକୁ ଅଟାକାଇବାକୁ ଯୋଜନା କରୁଥିବା ସୂଚନା ମିଳିଛି । ହାପିଜକୁ ମୁକ୍ତ ନିର୍ଦ୍ଦେଶ ଦେବା ପ୍ରମାଣ କରୁଛି ପାକିସ୍ତାନ ସାରା ବିଶ୍ୱକୁ ଆତଙ୍କବାଦ ପ୍ରସଙ୍ଗରେ ଧୋକା ଦେଉଛି । ଏହା ପାକିସ୍ତାନର ଆତଙ୍କବାଦ ବିରୋଧୀ ନୀତିର ମୁଖା ଖୋଲି ଦେଇଛି । ପାକିସ୍ତାନ ମାଟିରେ ଅନ୍ୟ ଦେଶରେ ଆତଙ୍କବାଦ କାର୍ଯ୍ୟକଳାପ କରୁଥିବା ଆତଙ୍କବାଦୀଙ୍କ ପ୍ରତି ଏପରି କୋହଳ ମନୋଭାବ ପାକିସ୍ତାନର ଦୋମୁହାଁ ନୀତିକୁ ପଦାରେ ପକାଇଛି ।