ଧରା ପଡିଲା ମୋଷ୍ଟୱାନଟେଡ୍ ରିୟଲ୍ ଗ୍ୟାଙ୍ଗଷ୍ଟାର୍ ! ଯାଉଥିଲା ରିଲ୍ ୱାନଟେଡକୁ ମାରିବାକୁ । 

41

ହରିୟାଣାର ବିଶେଷ କାର୍ଯ୍ୟବଳ (ଏସଟିଏଫ୍) ମୋଷ୍ଟୱାନଟେଡ୍ ଗ୍ୟାଙ୍ଗଷ୍ଟାର୍ ସମ୍ପତ୍ ନେହେରାକୁୁ ହାଇଦ୍ରାବାଦରୁ ଗିରଫ କରିଛି । ପୋଲିସର କହିବା ଅନୁସାରେ ୨୮ ବର୍ଷୀୟ ଏହି ଗ୍ୟାଙ୍ଗଷ୍ଟାର୍ ପ୍ରସିଦ୍ଧ ବଲିଉଡ୍ ଅଭିନେତା ସଲମାନ୍ ଖାନକୁ ମାରିବାର ପ୍ଲାନିଙ୍ଗ୍ କରୁଥିଲା । କିଛି ଦିନ ହେଲା ସମ୍ପତ୍ ସଲମାନଙ୍କ ଗତିବିଧି ଉପରେ ନଜର ରଖିଥିବା କଥା କିଛି ଦିନ ତଳେ ପୋଲିସକୁ ଜଣାପଡିଥିଲା । ପୋଲିସ୍ କହିବାନୁସାର ସମ୍ପତ୍ ମୁମ୍ବାଇ ଯାଇ ସଲମାନ ଏବଂ ତାଙ୍କର ଅଙ୍ଗରକ୍ଷୀଙ୍କର ଗତିବିଧି ଉପରେ ମଧ୍ୟ ନଜର ରଖି ଆସୁଥିଲା ।

ଆପଣଙ୍କୁ ଏଠାରେ କହିରଖୁଛୁ କି ସମ୍ପତ୍ ବିଶ୍ରୋଇ ସଂପ୍ରଦାୟ ପାଇଁ କାମ କରୁଛି ଯେ ଚଳିତବର୍ଷ ଜାନୁଆରୀ ମାସରେ ସଲମାନଙ୍କୁ କୃଷ୍ଣସାର ମୃଗ ହତ୍ୟା ଘଟଣାରେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ । ଏହି ଗ୍ୟାଙ୍ଗ୍ ସୋସିଆଲ୍ ମିଡିଆରେ ମଧ୍ୟ ଆକ୍ଟିଭ ରହିଥାନ୍ତି ଖାସ୍ କରି ଫେସବୁକ୍ ଏବଂ ହ୍ୱାଟସଆପରେ । ଗ୍ୟାଙ୍ଗର ଏହି ସଦସ୍ୟ ନେହେରାଙ୍କ ବିରୋଧରେ ହତ୍ୟା,ସୁପାରୀ ଭଳି କେତେକ ଅଭିଯୋଗ ମଧ୍ୟ ରହିଛି । ନେହେରାଙ୍କ ଟାର୍ଗେଟରେ ଏବେ ସଲମାନ ରହିଥିଲେ । ସଲମାନଙ୍କୁ ମାରିବା ପରେ ନେହେରାର ବିଦେଶ ଯିବାକୁ ପ୍ଲାନିଙ୍ଗ୍ ମଧ୍ୟ ରହିଥିଲା ।