ଭାରତୀୟ ନାଗରିକ କାହାକୁ କରନ୍ତି ସବୁଠୁ ଅଧିକ ଭରସା? ସେନା ନା ରାଜନୈତିକ ଦଳ, ଲୋକନିତି ଦେଲା ଏହି ରିପୋର୍ଟ ।

41

ସେନା ଏବଂ ରାଜନୈତିକ ଦଳ ମଧ୍ୟରୁ ଭାରତର ଜନସାଧାରଣ କାହାକୁ ଅଧିକ ଭରସା କରନ୍ତି ? ସେନେଇ ଚଳିତ ବର୍ଷ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନରେ ଜଣାପଡିଛିକି, ଭାରତୀୟ ଜନସାଧାରଣ ସେନାକୁ ଛାଡିଦେଲେ ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ଉପରେ ଭରସା କରିଥାନ୍ତି । ସେନା ଦେଶ ପାଇଁ ତାଙ୍କ ଜୀବନକୁ ଉଶ୍ଚର୍ଗ କରିଦେଇଥାନ୍ତି । ସେନାଙ୍କ ପାଇଁ ଦେଶର ନାଗରିକ ମାନେ ନିଶ୍ଚିନ୍ତରେ ଜୀବନଯାପନ କରିପାରୁଛନ୍ତି । ତେଣୁ ଭାରତୀୟ ନାଗରିକ ମାନେ ସେନା ଉପରେ ଅଧିକ ଭରସା କରିଥାନ୍ତି । କିନ୍ତୁ ଅନ୍ୟ ପଟେ ଦେଖିବାକୁ ଗଲେ ଦେଶରେ ରାଜନୈତିକ ଦଳ ଗୁଡିକ କେବଳ ଭୋଟ ପାଇବା ସମୟରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥାନ୍ତି କିନ୍ତୁ କୌଣସି କାର୍ଯ୍ୟ ସଂମ୍ପାଦନ କରିନଥାନ୍ତି । ଯାହାଫଳରେ ଭାରତୀୟ ନାଗରିକ ସାଧାରଣତଃ ରାଜନୈତିର ଦଳ ଗୁଡିକ ଉପରେ ଭରସା କରିନଥାନ୍ତି ।

ଅଜି ପ୍ରେମଜି ବିଶ୍ୱବିଦ୍ୟାଳୟ ଏବଂ ଲୋକନିତି ଦ୍ୱାରା ୮ଟି ରାଜ୍ୟର ୨୨ଟି ବିଧାନସଭା ସିଟରେ ୧୬,୬୮୦ ଲୋକଙ୍କୁ ନେଇ ଏକ ଅନୁଧ୍ୟାନ କରାଗଲା । ଯେଉଁଥିରୁ ଜଣାପଡିଛି ସର୍ବାଧିକ ୭୭.୨ ପ୍ରତିଶତ ଲୋକ ସେନା ଉପରେ ଭରସା କରନ୍ତି । ଠିକ ସେହିଭଳି ୫୪ ପ୍ରତିଶତ ଲୋକ ସୁପ୍ରିମକୋର୍ଟ ଉପରେ, ୪୮ ପ୍ରତିଶତ ହାଇକୋର୍ଟ, ୪୭ ପ୍ରତିଶତ କଲେକ୍ଟର, ୪୧ ପ୍ରତିଶତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଉପରେ ୪୧.୩ ପ୍ରତିଶତ, ମୁଖ୍ୟମନ୍ତ୍ରୀ ଉପରେ ୩୮.୭ ପ୍ରତିଶତ, ପୋଲିସ ଉପରେ ୫.୭ ପ୍ରତିଶତ, ସରକାରୀ ଅଧିକରୀଙ୍କ ଉପରେ ୪.୮ ପ୍ରତିଶତ ଏବଂ ରାଜନୈତିକ ପାର୍ଟି ଉପରେ ୧.୭୫ ପ୍ରତିଶତ ଲୋକ ଭରସା କରିଥାନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତୀୟ ନାଗରିକ ମାନଙ୍କୁ ରାଜନୈତିକ ପାର୍ଟି ଉପରେ ଶୁନ ଠାରୁବି କମ୍ ମାଇନସ ଭରସା ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ରାଜନୈତିକ ଦଳ ଉପରେ ଭାତତୀୟ ନାଗରିକ ଆଦୌଂ ଭରୋସା ରଖିନାହାଁନ୍ତି । ତେଣୁ ଏହି ଅଧ୍ୟୟନ ସରକାରୀ କାର୍ଯ୍ୟାଳୟ, ପୋଲିସ ଏବଂ ରାଜନୈତିକ ପାର୍ଟି ଗୁଡିକୁ ତାଙ୍କ କାର୍ଯ୍ୟ ଶୈଳିକୁ ବଦାଳାଇବା ପାଇଁ ଇସାରା କରୁଛି ।