ଜୀବନଯାପନ କରିବା ପାଇଁ ବିଶ୍ୱର ଦ୍ୱିତୀୟ ଶସ୍ତା ଦେଶ ଭାରତ । ୧୨୨ ଦେଶ କୁ ନେଇ ତାଲିକା । ଗୋ-ବ୍ୟାଙ୍କିଂରେଟସର ରିପୋର୍ଟ 

34

କନକ ବ୍ୟୁରୋ : ଜୀବନଯାପନ କରିବା  ଓ ଅବସର ଗ୍ରହଣ କରିବା ପାଇଁ  ବିଶ୍ୱର ଦ୍ୱିତୀୟ ଶସ୍ତା ଦେଶ  ହେଉଛି ଭାରତ । ଗୋ ବ୍ୟାଙ୍କିଙ୍ଗରେଟସ  ରେଟସ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡିଛି ।  ଏହି ତାଲିକାରେ  ଦକ୍ଷିଣ ଆଫ୍ରିକା ଶୀର୍ଷ ସ୍ଥାନରେ ରହିଛି । ବିଶ୍ୱର ୧୧୨ଟି ଦେଶକୁ ନେଇ ଏହି ତାଲିକା ପ୍ରକାଶ ପାଇଛି ।

ପଡୋଶୀ ଦେଶ  ନେପାଳ, କଲମ୍ବିଆସ ପାକିସ୍ତାନ ଓ ବାଂଲାଦେଶଠାରୁ  ଭାରତର ପ୍ରଦର୍ଶନ ଉନ୍ନତ ରହିଛି ।  ଏହିସବୁ ଦେଶ ତୁଳନାରେ  ଭାରତରେ କମ୍ ଟଙ୍କାରେ ଜୀବନଯାପନ କରିହେବ । ଜୀବନ ଯାପନ କରିବା ଓ ଅବସର ଗ୍ରହଣ କରିବା ପାଇଁ ସବୁଠାରୁ ମହଙ୍ଗା ଦେଶ ହେଉଛି ବରମୁଡା । ହଂକଂ, ସ୍ୱିଜରଲ୍ୟାଣ୍ଡ ଓ ଘାନାରେ ମଧ୍ୟ ଜୀବନଯାପନ କରିବା ମହଙ୍ଗା ବୋଲି ଏହି ସର୍ଭେରୁ ଜଣାପଡିଛି ।

୪ଟି ପ୍ରମୁଖ ବିଷୟ ସ୍ଥାନୀୟ କ୍ରୟ ଶକ୍ତି, ଗ୍ରୋସରି ଓ ଉପଭୋକ୍ତା ମୂଲ୍ୟ ବିଚାରକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି ।  ଭଡା ସୂଚୀରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଉପଭୋକ୍ତା ସାମଗ୍ରୀ ଓ ଗ୍ରୋସାରୀ ମଧ୍ୟ ଭାରତରେ ବହୁତ ଶସ୍ତାରେ ଉପଲବ୍ଧ ହେଉଛି ।