ଆଖି ଝଲସିଆ ବିମାନବନ୍ଦର ! ଯାହାର ସୌନ୍ଦର୍ଯ୍ୟ ଆଗରେ ଫିକା ପଡିଯିବ ପର୍ଯ୍ୟଟନସ୍ଥଳୀ

59

ଅନେକ ସୁନ୍ଦର ସ୍ଥାନର ଦେଶ ହେଉଛି ଭାରତ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ପର୍ଯ୍ୟଟନସ୍ଥଳୀ ନୁହେଁ ଭାରତରେ କିଛି ଏୟାରପୋର୍ଟ ଏମିତି ଅଛି ଯାହାର ସୌନ୍ଦର୍ଯ୍ୟ କୌଣସି ପର୍ଯ୍ୟଟନସ୍ଥଳୀଠାରୁ କମ୍ ନୁହେଁ । ଲ୍ୟାଣ୍ଡ କରିବା ପୂର୍ବରୁ ହିଁ ଏହାର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ନିଜ ଆଡକୁ ଟାଣିଥାଏ । ଏବେ ନଜର ପକାନ୍ତୁ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦେଶର ୬ଟି ଏୟାରପୋର୍ଟ ଉପରେ ।

ଅଗାତୀ ଏୟାରପୋର୍ଟ, ଲାକ୍ଷାଦ୍ୱୀପ : ୪ ହଜାର ଫୁଟ ଲମ୍ବା ଏହି ଏୟାରପୋର୍ଟର ଚତୁର୍ପାଶ୍ୱ ହିନ୍ଦ ମହାସାଗର ଦ୍ୱାରା ଘେରି ରହିଛି । ଭାରତର ଏହା ହେଉଛି ଏକ ମାତ୍ର ଏୟାରପୋର୍ଟ ଯାହା ଲକ୍ଷାଦ୍ୱୀପ ଆଇଲାଣ୍ଡରେ ଅବସ୍ଥିତ ।
କୁଶୋକ ବକୁଲା ରିମ୍ପୋଚି ଏୟାରପୋର୍ଟ, ଲେହ : ଏହା ବିଶ୍ୱର ସବୁଠାରୁ ଅଧିକ ଉଚ୍ଚାରେ ନିର୍ମାଣ ହୋଇଥିବା କମରସିଆଲ୍ ଏୟାରପୋର୍ଟ ମାନଙ୍କ ମଧ୍ୟରୁ ଗୋଟିଏ । ଏହି ଏୟାରପୋର୍ଟର ଉଚ୍ଚତା ପ୍ରାୟ ୧୦,୬୦୦ ଫୁଟ । ଏଠାକୁ ଗଲେ ଚତୁର୍ପାଶ୍ୱରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରୁ ଆଖି ଫେରାଇ ଆଣି ହୋଇପାରି ନଥାଏ ।

ଲେଙ୍ଗପୁଇ ଏୟାରପୋର୍ଟ, ମିଜୋରାମ୍ : ଏହି ଏୟାରପୋର୍ଟରେ ପହଂଚିବା ପରେ ଅପଟିକାଲ୍ ଇଲ୍ୟୁଜନ୍ ବା ଦୃଷ୍ଟି ସଂମ୍ବନ୍ଧୀୟ ଭ୍ରମ ସୃଷ୍ଟି ହୋଇଥାଏ । ଏହା ଭାରତର ତିନିଟି ଏୟାରପୋର୍ଟରୁ ଅନ୍ୟତମ ଯାହାର ରନୱେ ‘ଟେବୁଲ୍ – ଟପ୍’ ଆକାରର ।

ଜୁବରହଟ୍ଟି ଏୟାରପୋର୍ଟ, ଶିମଲା : ଶିମଲା ଠାରୁ ୨୨ କିଲୋମିଟର ଦୂର ଗୋଟିଏ ରନୱେ ଥିବା ଏହି ଏୟାରପୋର୍ଟକୁ ପାହାଡ ଉପରେ ତିଆରି କରାଯାଇଛି । ଫଳରେ ଏଥିରେ ଥିବା ଯାତ୍ରୀ ପାହାଡର ସୌନ୍ଦର୍ଯ୍ୟ ଉପଭୋଗ କରିପାରିଥାନ୍ତି ।

ଛତ୍ରପତି ଶିବାଜୀ ଟର୍ମିନାଲ୍ ଏୟାରପୋର୍ଟ, ମୁମ୍ବାଇ : ଏହି ଏୟାରପୋର୍ଟରେ ଇଣ୍ଡିଆନ୍ ଆର୍ଟ ଆଣ୍ଡ ଡିଜାଇନର ସୁନ୍ଦର ଗ୍ୟାଲେରୀ ସବୁ ତିଆରି କରାଯାଇଛି । ୩ କିଲୋମିଟର ଲମ୍ବା କାନ୍ଥରେ ୧୫୦୦ କଳାକାରଙ୍କ ପ୍ରାୟ ୭୦୦୦ କଳାକୃତି ସ୍ଥାନ ପାଇଛି ।

ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, ଦିଲ୍ଲୀ : ଏହା ନା କେବଳ ଭାରତର ସବୁଠାରୁ ବ୍ୟସ୍ତ ଏୟାରପୋର୍ଟ ବରଂ ଦକ୍ଷିଣ ଏସିୟାର ସବୁଠାରୁ ବଡ ଏଭିଏସନ୍ ହବ୍ ମଧ୍ୟ । ଏକ ରିପୋର୍ଟ ଅନୁସାରେ ଏହା ବିଶ୍ୱର ସବୁଠାରୁ ଭଲ ଏୟାରପୋର୍ଟ ମଧ୍ୟ ।