ଦୁନିଆର ସବୁଠାରୁ ବିପଦଜନକ ହତ୍ୟାକାରୀ, ନେଇସାରିଛନ୍ତି ହଜାର ହଜାର ଲୋକଙ୍କ ଜୀବନ

28

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସାରା ଦୁନିଆରେ ମଶା ସବୁଠାରୁ ଘାତକ ପ୍ରଜାତିରେ ଗଣାଯାଏ । ତଥ୍ୟ ଅନୁସାରେ , ବର୍ଷ ୨୦୧୫ରେ ପୁରା ବିଶ୍ୱରେ ମଶା ୮ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଛି । ଦୁନିଆର ସବୁଠାରୁ ବିପଦଜନକ ଜନ୍ତୁ ମଧ୍ୟରୁ ପ୍ରାଣ ଘାତକ ପ୍ରଜାତିର ମଶାକୁ ସବୁଠାରୁ କ୍ଷତିକାରକ କାହିଁକି ଗଣାଯାଏ ?

ନିକଟରେ ରିପୋର୍ଟର ତଥ୍ୟ ଅନୁସାରେ, ବର୍ଷ ୨୦୧୫ରେ ମଶା କାମୁଡିବା ଜନିତ ରୋଗରୁ ସାରା ଦୁନିଆରେ ୮,୩୦,୦୦୦ ଲୋକ ନିଜର ପ୍ରାଣ ହରାଇଛନ୍ତି ।

ମଶା ପରେ ସବୁଠାରୁ ବିପଦଜନକ ଜନ୍ତୁ ସାପ । ବର୍ଷ ୨୦୧୫ରେ ସାରା ବିଶ୍ୱରେ ସାପ କାମୁଡିବା ଜନିତ ମୃତ୍ୟୁ ସଂଖ୍ୟା ୬୦,୦୦୦ ।

ସ୍ୟାଣ୍ଡ ଫ୍ଲାଇ : ବର୍ଷ ୨୦୧୫ରେ ସ୍ୟାଣ୍ଡଫ୍ଲାଇ କାମୁଡିବା ଦ୍ୱାରା ହେଉଥିବା ରୋଗରୁ ୨୪,୨୦୦ ଲୋକଙ୍କ ମୃତ୍ୟୁ ହୋଇଯାଇଛି ।

କୁକୁର : ଏହାପରେ ସବୁଠାରୁ ବିପଦଜନକ ଜନ୍ତୁ କୁକୁର ସବୁଠାରୁ ମାରାତ୍ମକ ଜନ୍ତୁ । ବର୍ଷ ୨୦୧୫ରେ କୁକୁର କାମୁଡିବା ଦ୍ୱାରା ୧୭,୪୦୦ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି ।

କିସିଙ୍ଗ ବଗ୍ : ବର୍ଷ ୨୦୧୫ରେ କିସିଙ୍ଗ ବଗ୍ କାମୁଡିବା ଦ୍ୱାରା ୮୦୦୦ ଲୋକଙ୍କ ମୃତ୍ୟୁ ହୋଇଛି ।

ବିଛା : ଏହା କାମୁଡିବା ଦ୍ୱାରା ସାରା ବିଶ୍ୱରେ ବର୍ଷ ୨୦୧୫ରେ ୩୫୦୦ ଲୋକ ପ୍ରାଣ ହରାଇଥିଲେ ।