ମୌସୁମୀ ବର୍ଷାରେ ବଦଳିଲା ପାଗ ! ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା , ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

32

କନକ ବ୍ୟୁରୋ: ଆଜି ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ କେନ୍ଦ୍ର ଏନେଇ ସୂଚନା ଦିଆଯାଇଛି । ୮ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଝାରସୁଗୁଡା,କୋରାପୁଟ,ମାଲକାନଗିରି,ଗଂଜାମ,ଖୋର୍ଦ୍ଦା, କଟକ,ରାୟଗଡା,ସମ୍ବଲପୁର ଜିଲ୍ଲାରେ ବର୍ଷା ଓ ଘଡ଼ଘଡି ନେଇ ସତର୍କ ସୂଚନା ଦିଆଯାଇଛି ।

ଆଂଚଳିକ ପାଣିପାଗର ସୂଚନା ମୁତାବକ, ଆଜି ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି । ଝାରସୁଗୁଡା,କୋରାପୁଟ,ମାକାନଗିରି,ଗତ ୮ତାରିଖରେ ମୌସୁମୀ ଓଡିଶା ଛୁଇଁବା ପରେ ସକ୍ରିୟ ହେବା ବଦଳରେ ଦୁର୍ବଳ ହେବାରେ ଲାଗିଛି । ଦକ୍ଷିଣ ଓ ପଶ୍ଚିମ ଓଡିଶାର କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନରେ ମୌସୁମୀ ବର୍ଷା ସେଭଳି ହେଉନାହିଁ । ମୌସୁମୀ ବର୍ଷାକୁ ଆଖିରେ ରଖି ବୁଣାବୁଣି କରିବା ପାଇଁ ଚାଷୀ ଜମି ପ୍ରସ୍ତୁତ କରିଛନ୍ତି ।

ହେଲେ ଏବେ ବର୍ଷା ହେଉନଥିବା ଚାଷ କାମ ଅଧାରେ ଅଟକି ରହିଛି । ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଆଗାମୀ ୩୬ ଘଂଟା ପରେ ସାରା ଦେଶରୁ ମୌସୁମୀ ଗାଏବ ହୋଇଯିବାର ସମ୍ଭାବନା ଅଧିକ ରହିଛି । ଏବେ ମୌସୁମୀ ଆଗଭଳି ସକ୍ରିୟ ନାହିଁ । ଜୁନ ୧୯ ତାରିଖ ଯାଏଁ ବର୍ଷା ହେବ ନାହିଁ, ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।