ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଆଉ ଏକ ସଫଳତା : ମସ୍କୋ ସାଣ୍ଡଆର୍ଟରେ ପାଇଲେ ପିପୁଲ୍ସ ଚଏସ୍ ପୁରସ୍କାର

57

ସଫଳତାର ବହିରେ ଆଉ ଏକ ପୃଷ୍ଠା ଯୋଡିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୬୦ହଜାର ଭୋଟ୍ ପାଇ ମସ୍କୋ ସାଣ୍ଡଆର୍ଟରେ ସୁଦର୍ଶନ ଜିତିଛନ୍ତି ପିପୁଲ୍ସ ଚଏସ୍ ପୁରସ୍କାର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେଠାରେ ଉପସ୍ଥିତ ପ୍ରାୟ ୮୦ହଜାର ଦର୍ଶକଙ୍କ ମଧ୍ୟରୁ ସର୍ବାଧିକ ୬୦ହଜାର ଦର୍ଶକ ସୁଦର୍ଶନଙ୍କୁ ଭୋଟ ଦେଇଥିଲେ ।

ତେବେ ପୁରସ୍କାର ପାଇବା ପରେ ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାନ ଜଣାଇଛନ୍ତି ସୁଦର୍ଶନ । ଏହା ପୂବରୁ ଏପ୍ରିଲ୍ ମାସରେ ଉକ୍ତ ବାଲୁକା କଳା ପାଇଁ ସୁଦର୍ଶନ ସ୍ୱର୍ଣ୍ଣ ପଦକ ପାଇଥିଲେ । ଆଉ ଏବେ ପିପୁଲ୍ସ ଚଏସ୍ ପୁରସ୍କାର ଜିତି ସମସ୍ତ ଓଡିଶାବାସୀଙ୍କ ହୃଦୟ ଜିତିଛନ୍ତି ଝୁରାବାଲିର ଏହି ସୌଦାଗର ।