ସହିଦଙ୍କୁ ଶେଷ ସମ୍ମାନ ! ଜନ୍ମମାଟିରେ ପହଂଚିଲା ସହିଦ ଯବାନଙ୍କ ମରଶରୀର

22

କନକ ବ୍ୟୁରୋ: ସୁଙ୍କି ଘାଟି ଲ୍ୟାଣ୍ଡମାଇନ ବିସ୍ପୋରଣରେ ସହିଦ ହୋଇଥିବା ୩ଜଣ ଯବାନଙ୍କ ମରଶରୀର କେନ୍ଦୁଝରରେ ପହଂଚିଛି । କେନ୍ଦୁଝର ରିଜର୍ଭ ପୁଲିସ ପଡିଆରେ ସହିଦଙ୍କୁ ଶେଷ ସମ୍ମାନ ଦିଆଯାଇଛି । ମାଲକାନଗିରି ସୁଙ୍କିରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିଲେ ଅଜୟ ଦାଶ, ସୁବର୍ଣ୍ଣ ରାଜ ଓ ଗଣେଷ ପ୍ରସାଦ ସାହ । ଆଜି ତାଙ୍କ ମରଶରୀର କେନ୍ଦୁଝରରେ ପହଂଚିବା ପରେ ରିଜର୍ଭ ପୁଲିସ ପଡିଆରେ ଜିଲ୍ଲାପାଳ, ଏସପି, ସିଆରପିଏଫ ଅଧିକାରୀ ଓ ସଦର ବିଧାୟକଙ୍କ ଉପସ୍ଥିତିରେ ସହିଦଙ୍କୁ ଶେଷ ସମ୍ମାନ ଦିଆଯାଇଛି ।

ସେପଟେ ସୁଙ୍କି ଘାଟି ବିସ୍ଫୋରଣରେ ସହିଦ ହୋଇଛନ୍ତି ନିଆଳୀ କୂଳମାଧବ ଗାଁର ପ୍ରଦୀପ କୁମାର ରାଉତ । ଆଜି ନିଆଳୀରେ ତାଙ୍କ ମରଶରୀର ମଧ୍ୟ ପଂହଚିଛି । ଆଜି ତାଙ୍କୁ ନିଆଳୀରେ ଶେଷସମ୍ମାନ ଦିଆଯିବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-