ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଖରାଛୁଟି । ଜାଣନ୍ତୁ କେତେବେଳେ ସ୍କୁଲ ଖୋଲା ହେବ ଓ କେତେବେଳେ ହେବ ବନ୍ଦ ।

987

କନକ ବ୍ୟୁରୋ : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ସକାଳୁଆ ସ୍କୁଲ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଓ ୩ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ ।

ଏପ୍ରିଲ ୨ ପରଠାରୁ ମେ ୫ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ଯାଏଁ ସ୍କୁଲ ଖୋଲା ରହିବ । ପିଲାମାନଙ୍କୁ ୧୦ଟା ବେଳେ ମଧ୍ୟାହ୍ନ ଭୋଜନ ଦିଆଯିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।  ଏହାଛଡା ମେ’ ୬ ତାରିଖରୁ ସ୍କୁଲ ଗୁଡିକରେ ଖରାଦିନ ଛୁଟି ଘୋଷଣା କରାଯାଇଛି । ଏପରିକି ମାର୍ଚ୍ଚ ୩୦ ସୁଦ୍ଧା ସମସ୍ତ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଶାରୀରିକ ତାଲିମ ପାଇଁ ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିପାରିବେ ନାହିଁ ବୋଲି ନୋଟିସ ଜାରି କରାଯାଇଛି । ଏପରିକି ସ୍କୁଲ ପ୍ରଧାନଶିକ୍ଷକ ମାନେ ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି ।