ନାବାଳିକାଙ୍କୁ ବିବାହ କରିବା ପଡିଲା ମହଙ୍ଗା ! ଗଲା ସରପଂଚ ପଦ ,୬ ବର୍ଷ ଯାଏ ଲଢିପାରିବେନି ନିର୍ବାଚନ 

36
ମଧ୍ୟ ପ୍ରଦେଶ : ଜଣେ ନାବାଳିକାଙ୍କୁ ବିବାହ  କରିବାକୁ  ଚେଷ୍ଟା କରୁଥିବା ୫୬ ବର୍ଷୀୟା ସରପଂଚଙ୍କର ସରପଂଚ ପଦ ଚାଲିଯାଇଛି ।  ବାହାଘର ୧୧ ଡିସେମ୍ବରରେ ହେବାକୁ ଥିଲା ।  ପ୍ରଶାସନ ଦ୍ୱାରା  ଦିଆଯାଇଥିବା ନୋଟିସରେ ସରପଂଚ ସନ୍ତୋଷଜନକ ଉତ୍ତର ଦେଇନଥିଲେ ।  ଏହାପରେ  ଜିଲ୍ଲା  ପଂଚାୟତ ସିଇଓ ହିନ୍ଦୁ ମ୍ୟାରେଜ୍ ଆକ୍ଟ  ଓ ବାଳ ବିବାହ  ନିଷେଧ ଅଧିନିୟମର ଉଲଂଘନରେ ପଦକ୍ଷେପ ନେଇଥିଲେ । ସରପଂଚ ଏବେ ୬ ବର୍ଷ ଯାଏ ନିର୍ବାଚନ ଲଢିପାରିବେନି । କୈଲାରସ୍ ଜନପଦ ପଂଚାୟତର ବହରାର ଜାଗିର ଗ୍ରାମ ପଂଚାୟତର ସରପଂଚ ଜଗନ୍ନାଥ ଗୁର୍ଜର ଜଣେ ନାବାଳିକାଙ୍କୁ ବିବାହ କରିବାକୁ ପ୍ରସ୍ତୁତି କରୁଥିଲେ । ସରପଂଚ ମଧ୍ୟ ପ୍ରଶାସନ ଠାରୁ ହେଲିକାପ୍ଟର ଓହ୍ଲାଇବା ନେଇ ଅନୁମତି ମାଗିଥିଲେ । ବିବାହ ପରେ କନ୍ୟାକୁ ବିଦାୟି ଯେମିତି ଏହି ହେଲିକାପ୍ଟରରେ ହୋଇପାରିବ ।
ବାହାଘର ଦିନ ଅର୍ଥାତ୍ ୧୧ ଡିସେମ୍ବରରେ ପ୍ରଶାସନ ସେଠାରେ ପହଁଚି ବିବାହକୁ ରୋକି ଥିଲେ ।  ଏହାପରେ  ସବଲଗଢ ଏସଡିଏମ୍  ଜିଲ୍ଲା  ପଂଚାୟତ  ସିଇଓଙ୍କୁ  ରିପୋର୍ଟ କରାଗଲା । ଯେଉଁଥିରେ କୁହାଯାଇଥିଲା କି  ସରପଂଚ ପ୍ରଥମରୁ ବିବାହିତ । ଏବଂ ତାଙ୍କର ପତ୍ନୀ ମଧ୍ୟ ଜୀବିତ ଅଛନ୍ତି । ଏସଡିଏମ୍ ନିଜର ରିପୋର୍ଟରେ ମଧ୍ୟ ଏହା କହିଥିଲେ କି ନାବାଳିକାଙ୍କ ବୟସ ସ୍କୁଲର ରେକର୍ଡ ଅନୁସାରେ ୧୩ ବର୍ଷରୁ ଅଧିକ ନୁହେଁ । ଏହାପରେ ଜିଲ୍ଲା ପଂଚାୟତ ସିଇଓ  ପଂଚାୟତି ରାଜ  ଅଧିନିୟମର ଧାରା ୪୦(କ) ର ଉପଧାରା ୩ ଅନୁସାରେ ନୋଟିସ୍ ଜାରି କରାଯାଇଥିଲା ।
ସରପଂଚ ଏହି ନୋଟିସ୍ ର ଜବାବରେ ଅଧିିକାରୀମାନଙ୍କୁ କହିଥିଲେ କି ଆଧାର କାର୍ଡ , ସମସ୍ତ ଆଇଡି ଓ ମେଡିକଲ ବୋର୍ଡ ତାଙ୍କର ଭାବି ପତ୍ନୀଙ୍କର ବୟସ ୧୯ ବର୍ଷ ନିର୍ଦ୍ଧାରିତ କରିଛନ୍ତି । ସରପଂଚ ଜବାବରେ ଏହା ବି ମଧ୍ୟ କହିଥିଲେ କି ତାଙ୍କର ପତ୍ନୀ ମଧ୍ୟ ଏହି ବିବାହ ପାଇଁ ଅନୁମତି ଦେଇଛନ୍ତି । ସରପଂଚଙ୍କର ଏହି ଜବାବକୁ ଜିଲ୍ଲା ପଂଚାୟତ  ସିଇଓ ସୋନିୟା ମିଣା ସରପଂଚ ପଦରୁ ହଟାଇବା ଓ  ୬ ବର୍ଷ ଯାଏ ନିର୍ବାଚନ ଲଢିବାକୁ ନଦେବା ପାଇଁ ଆଦେଶ ଜାରି କରିଥିଲେ । ସରପଂଚ  ଏହି ପ୍ରକର ରେ ସନ୍ତୋଷ ଜନକ ଜବାବ ଦେଇନାହାଁନ୍ତି ।  ବାଳିକା ନାବାଳିକା ଥିଲେ । ଏବଂ ସରପଂଚ  ପ୍ରଥମରୁ ବିବାହିତ ମଧ୍ୟ । ସରପଂଚ ପଦରୁ ହଟିଯିବା ପରେ ଏବେ ଉପସରପଂଚ ସରପଂଚଙ୍କ ଦାୟିତ୍ୱ ନେବେ । ନିର୍ବାଚନ ନିୟମ ଅନୁସାରେ ପୁଣି ନିର୍ବାଚନ ହେବ ।
( ସୌଜନ୍ୟ- ନଇଦୁନିଆ)