ଭଦ୍ରକ : ଘର ଭିତରୁ ଉଦ୍ଧାର ହେଲେ ଶହେରୁ ଅଧିକ ନାଗ ସାପ, ସାପ ଦେଖିବା ପାଇଁ ପ୍ରବଳ ଭିଡ଼

56

କନକ ବ୍ୟୁରୋ : ଘର ଭିତରୁ ଉଦ୍ଧାର ହେଲା ଶହେରୁ ଅଧିକ ନାଗ ସାପ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ପାଇକ ସାହିଁ ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ । ପାଇକସାହି ଗାଁର ବିଜୟ ଭୂୟାଁଙ୍କ ଘରୁ ଶତାଧିକ ନାଗସାପ ଛୁଆ ଉଦ୍ଧାର ହୋଇଛି । ଆଜି ଘର ଭିତରେ ନାଗ ସାପ ଛୁଆ ବୁଲାବୁଲି କରୁଥିବା ଦେଖି ପରିବାର ଲୋକେ ଆତଙ୍କିତ ହୋଇପଡିଥିଲେ । ତୁରନ୍ତ ସ୍ନେକ ହେଲପଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲପଲାଇନ ସଦସ୍ୟ ଘର ଭିତରୁ ଶହେରୁ ଅଧିକ ନାଗ ସାପକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ନାଗସାପ ଛୁଆଙ୍କୁ ଦେଖିବା ପାଇଁ ବିଜୟ ଭୂୟାଁଙ୍କ ଘର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ସେପଟେ ଆଜି ବାଙ୍କୀର ସାହାଡପଦା ପାଇକ ସାହିରେ ମଶାରୀ ଭିତରୁ ସାପ ବାହାରିଛି । ଗାଁର ପୂର୍ଣ୍ଣ ରାଉତ ଘର ସାମ୍ନା ବାରଣ୍ଡାରେ ଉଝି ଦେଇ ମଶାରି ଟାଙ୍ଗି ଶୋଇଥିବା ବେଳେ ଭିତରକୁ ଏକ ଚନ୍ଦନ ବୋଡା ପଶିଯାଇଥିଲା । ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା । ସଂପୃକ୍ତ ମହିଳା ସାପ କାମୁଡାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଉଝି ଦେଇ ପରିବାର ଲୋକଙ୍କୁ ଡାକିବା ପରେ ସାପକୁ ଅନ୍ୟତ୍ର ଘଉଡାଇ ଦିଆଯାଇଥିଲା । ସୂଚନା ଅନୁସାରେ ଉଝି ଦେଇ ବାରଣ୍ଡାରେ ମଶାରୀ ଟାଙ୍ଗି ଶୋଇଥିଲେ । ଆଉ ମଶାରୀ ଭିତରକୁ ସାପ ପଶିଯାଇଥିଲା । ତେବେ ସେ ନଜାଣି ପାରି ସାପ ଉପରେ ଗୋଡ଼ ଥୋଇ ଶୋଇଥିଲେ । ଅଚାନକ ମଶାରୀ ଭିତରେ କିଛି ଚଳପ୍ରଚଳ ହେଉଥିବାର ସେ ଅନୁଭବ କଲେ । ଡେରି ନକରି ତୁରନ୍ତ ପୁଅକୁ ଡାକିଥିଲେ । ତେବେ ତାଙ୍କ ପୁଅ ଆସି ଲାଇଟ୍ ମାରି ଦେଖିଲା ବେଳକୁ ସାପକୁ ଦେଖିପାରିଲେ । ଆଉ ସାପ ସେତିକିବେଳେ ଫଁ ଫଁ କରୁଥାଏ । ତେବେ ତୁରନ୍ତ ଉଠିଯାଇଥିବାରୁ ସାପ କାମୁଡ଼ାରୁ ରକ୍ଷା ପାଇଛନ୍ତି ଉଝି ଦେଇ ।