ତରଳିଯିବ ହିମାଳୟର ଦୁଇ ତୃତୀୟାଂଶ ବରଫ । ସୃଷ୍ଟି ହେବ ଭୟଙ୍କର ସ୍ଥିତି, ପାଣି ଟୋପାଏ ପାଇଁ ଡହକବିକଳ ହେବେ ଲୋକେ

287

ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରିତ ନହେଲେ ଆଗାମୀ ସମୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ମାନବସମାଜ ପାଇଁ ଘୋର ବିପଦ ଆଣିବ ଜଳବାୟୁ ପରିବର୍ତ୍ତନ । ବର୍ତ୍ତମାନ ସମୟରେ ହିମାଳୟ ଉପରେ ଜଳବାୟୁ ପରିବର୍ତ୍ତନର ଅଧିକ ପ୍ରଭାବ ପଡ଼ୁଛି । ହିମାଳୟର ହିନ୍ଦୁକୁଶ ପର୍ବତମାଳା ଉପରେ ହୋଇଥିବା ଏକ ଅଧ୍ୟୟନରୁ ଅନୁସାରେ ୨୧୦୦ ମସିଆ ପର୍ଯ୍ୟନ୍ତ ତାପମାତ୍ରା ୨.୧ ଡିଗ୍ରି ସେଲସିୟସ୍ ବୃଦ୍ଧିି ପାଇବ । ଆଉ ଏହାର ପ୍ରଭାବ ହିମାଳୟ ଉପରେ ପଡ଼ିବ । ଆଉ ଏପରି ହେଲେ ହିମାଳୟର ଏକ ତୃତୀୟାଂଶ ବରଫ ତରଳିଯିବ । ହିମାଳୟରେ ରହୁଥିବାର ୨୫ କୋଟି ପାହାଡ଼ୀ ଲୋକ ଓ ଏହାସହ ୧୬୫ କୋଟି ଲୋକଙ୍କୁ ଉପରେ ଅଧିକ ପ୍ରଭାବ ପଡ଼ିବ ।

ଅଧ୍ୟୟନ ଅନୁସାରେ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତଣ କରିବାର ପଦକ୍ଷେପ କାମ କରୁନାହିଁ । ବର୍ତ୍ତମାନ ତାପମାତ୍ରା ବୃଦ୍ଧିକୁ ନଜରରେ ରଖିଲେ ସ୍ପଷ୍ଟ ଜଣାପଡ଼ୁଛି ୨୧୦୦ ମସିହା ପର୍ଯ୍ୟନ୍ତ ହିମାଳୟର ଦୁଇ ତୃତୀୟାଂଶ ବରଫ ତରଳିଯବ । ଏହାଦ୍ୱାରା ନଦୀର ଜଳସ୍ତର କମିଯିବ । ହିମାଳୟର ଆଖପାଖ ଅଂଚଳର ପାଣିର ସଂଙ୍କଟ ଦେଖାଯିବ । ପାଣି ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଅଧ୍ୟୟନ ଅନୁସାରେ ହିନ୍ଦୁକୁଶ ପର୍ବତମାଳା ବରଫବିହୀନ ହୋଇଯିବ ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିମାଳୟର ଆଖପାଖରେ ବାୟୁ ପ୍ରଦୂଷଣ ସ୍ତର ବଢ଼ିଯିବ । ପାଣିପାଗ ଉପରେ ଭୟଙ୍କର ପ୍ରଭାବ ପଡ଼ିବ । କେଉଁଠି ବନ୍ୟା ତ କେଉଁଠି ପ୍ରବଳ ଝଡ଼ତୋଫାନ ଦେଖାଯିବ । ମୌସମି ପୂର୍ବରେୁ ନନୀରେ ଜଳସ୍ତର କି ହୋଇଯଂବ । ସହରକୁ ପାଣି ମିଳିବ ନାହିଁ । ପାଣି ଟୋପାଏ ପାଇଁ ଡହକବିକଳର ହେବେ ଲୋକେ । ଖାଇବା ପିଇବା ପାଇଁ ଘୋର ଅସୁବିଧା ଦେଖାଦେବ । ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ ସମୟରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ସମ୍ଭବପର ହୋଇପାରିବ ନାହଁଁ  । ବାୟୁମଣ୍ଡଳରେ ମାନବୀୟ ଗତିବିଧି ବଢ଼ୁ୍ଥିବାରୁ ଗ୍ରୀନହାଉସ ଗ୍ୟାସ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଆଉ ଦିନକୁ ଦିନ ସ୍ଥିତି ଅଣାୟତ ହେଉଛି ।