ଏହି ୮୦ଟି ଔଷଧର ବିକ୍ରି ଉପରେ ଲାଗିବ ରୋକ୍ ! ସରକାର ପ୍ରସ୍ତୁତ କଲେ ଲିଷ୍ଟ

318

ପେଟ ବ୍ୟଥା, ବାନ୍ତି, ଅମ୍ଳ, ରକ୍ତଚାପ, ଆଣ୍ଠୁ ଗଣ୍ଠି ବ୍ୟଥା, ଜ୍ୱର, ସର୍ଦ୍ଦି ସମେତ କେତେକ ଆଣ୍ଟି ବାୟୋଟିକ୍ ଔଷଧ ବ୍ୟାନ ହେବାକୁ ଯାଉଛି । ଏକାଧିକ ଔଷଧର ମିଶ୍ରଣରୁ ତିଆରି ୩୦୦ ଜେନେରିକ୍ ଔଷଧକୁ ପ୍ରତିବନ୍ଧିତ କରିସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପୁଣି ଥରେ ଆକ୍ସସ ମୋଡକୁ ଆସିଯାଇଛି । ସୂଚନା ମୁତାବକ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୮୦ ନୂଆ ଜେନେରିକ୍ ୠଊଉଗ୍ଦ ଚୟନ କରିସାରିଛନ୍ତି । ଏଥର ବି ଅନେକ ବଡ ଫାର୍ମା କମ୍ପାନୀର ବ୍ରାଣ୍ଡ ପ୍ରତିବନ୍ଧିତ ହୋଇପାରେ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୮୦ ଜେନେରିକ୍ ଔଷଧ ଉପରେ ପ୍ରତିବନ୍ଧକ ଲଗାଇବ । ପେଟ ବ୍ୟଥା, ବାନ୍ତି, ଅମ୍ଳ, ରକ୍ତଚାପ, ଆଣ୍ଠୁ ଗଣ୍ଠି ବ୍ୟଥା, ଜ୍ୱର, ସର୍ଦ୍ଦି ଔଷଧ ଏଥିରେ ସାମିଲ ଅଛି । ଫିକ୍ସ ଡୋଜ୍ କମ୍ବିନେସନ ଥିବା ଏହି ଔଷଧରେ ଅଧିକାଂଶ ଆଣ୍ଟିବାୟୋଟିକ୍ ଔଷଧ ଉପରେ ରୋକ୍ ଲାଗିବ । ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୩୦୦ରୁ ଅଧିକ ୠଊଉଗ୍ଦ କୁ ପ୍ରତିବନ୍ଧକ ଲଗାଇବ । ପୁରୁଣା ସୂଚୀ ଅନୁସାରେ, ଆଲକେମ୍, ମାଇକ୍ରୋଲାବ୍ସ, ଆବୋଟ୍ ସିପ୍ଲା, ଗ୍ଲେନମାର୍କ ଇଣ୍ଟାସ ଫାର୍ମା ଫାଇଜର ୱାକହାର୍ଡ ଓ ଲ୍ୟୁପିନ୍ ଭଳି କମ୍ପାନୀର ଅନେକ ବ୍ରାଣ୍ଡ ପ୍ରତିବନ୍ଧିତ ହୋଇଥିଲା ।